You are currently viewing କାଦମ୍ବିନୀ ପତ୍ରିକା ହାଟରେ ଉନ୍ମୋଚିତ ହେଲା କୁନି ପ୍ରତିଭା
କାଦମ୍ବିନୀ ପତ୍ରିକା ହାଟରେ ଉନ୍ମୋଚିତ ହେଲା କୁନି ପ୍ରତିଭା

7 ଜାନୁଆରୀ ରବିବାର (କ୍ୟାମ୍ପସ-6) କିଟ ବିଶ୍ଵବିଦ୍ୟାଳୟ ପରିସର କାନଭେନସନ ଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଭାଷା ସାହିତ୍ୟର ମହୋତ୍ସବ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ଅଭିନବ ପରିକଳ୍ପନାର ଭାରତର ଅନନ୍ୟ ଓ ଏକମାତ୍ର ପତ୍ରିକା ମେଳା କାଦମ୍ବିନୀ ପତ୍ରିକା ହାଟରେ କିଶନନଗର ଶିଶୁ ମଙ୍ଗଳ କ୍ଲବ ସୌଯନ୍ୟତାରେ ପ୍ରସ୍ତୁତ ବାର୍ଷିକ ଶିଶୁ ସାହିତ୍ୟ ପତ୍ରିକା ” କୁନି ପ୍ରତିଭା ” ସଂସ୍କରଣକୁ ପତ୍ରିକା ହାଟସ୍ଥ ମଞ୍ଚରେ କାଦମ୍ବିନୀର ସମ୍ପାଦିକା ଡାକ୍ତର ଇତିରାଣୀ ସମାନ୍ତଙ୍କ କରକମଳରେ ଶୁଭ ଉନ୍ମୋଚନ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ କୁନିପ୍ରତିଭା ର ସମ୍ପାଦକ ତଥା କିଶନନଗର ଶିଶୁ ମଙ୍ଗଳ କ୍ଲବର ସଭାପତି ସତ୍ୟରଞ୍ଜନ ବାରିକ, ଉପଦେଷ୍ଟା ସୀତାରାମ ପଣ୍ଡା ଲୋକାଭାଷା ସମ୍ପାଦକ ସୁକଦେବ ପରିଡ଼ା, ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ଉପଦେଷ୍ଟା ବାବା ଅଦ୍ଵୈତାନନ୍ଦ, ଉପଦେଷ୍ଟା ସୈୟଦ୍ ସାଜିଦ୍ ଅଲ୍ଲୀ, ଶିକ୍ଷାବିତ ସରୋଜ କୁମାର ସାହୁ, ଆକା ସଭାପତି ଇଞ୍ଜିନିୟର୍ ଦେବବ୍ରତ ପାତ୍ର, ପ୍ରଭାତ କୁମାର ବେହେରା, ଭଲିବଲ୍ ସମ୍ପାଦକ ସୁବଳ ନନ୍ଦୀ, ଉଦ୍ୟାନବିତ୍ ଦିଲ୍ଲୀପ କୁମାର ସାହୁ,ବାଣୀପ୍ରସନ୍ନା ବେହେରା,ଦେବପ୍ରସନ୍ନ ଦାଶ,ବକାରୁନ୍ ନିଶା ବେଗମ୍, ଶିଶୁ ଚିତ୍ରଶିଳ୍ପୀ ଦିତିକ୍ରିଷ୍ଣ ଦାଶ ଓ ସୈୟଦ୍ ଅଲ୍‌ମାନ୍ ପ୍ରମୁଖ ଉପସ୍ଥିତ ଥିଲେ।