ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ସୋମବାର ଦିନ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୀନତି କୁମାରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ମୁଖ୍ୟ ବକ୍ତା ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମଧୁବନ କ୍ଳଷ୍ଟର ସିଆରସିସି ବାବୁଲାଲ ନାୟକ ସଂଯୋଜନା କରିଥିବା ବେଳେ ସିଆରସିସି ସନ୍ତୋଷ କୁମାର ବିଷୋୟୀ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଗୈାଡ ବିଦ୍ୟାଳୟରେ ରହିଥିବା ସମସ୍ୟାକୁ ଖୁବଶିଘ୍ର ସମାଧାନ ଉପରେ ଗୁରୁତ୍ବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଅତିଥି ବୃନ୍ଦ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସହଦେବ ପ୍ରଧାନ , ସୁଲମନ ମଣ୍ଡଳ , ସୋମନାଥ ବେହେରା , ସତ୍ୟବାନ୍ ଗୈାଡ , ଶିବ ବେହେରା , ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପାଣିଗ୍ରାହୀ , ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଉଦଗତା ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ଏବଂ ଛାତ୍ରଛାତ୍ରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
