You are currently viewing ଚତୁର୍ଥ ପର୍ଯାୟରେ 9 ଟି ହାଇସ୍କୁଲ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।
ଚତୁର୍ଥ ପର୍ଯାୟରେ 9 ଟି ହାଇସ୍କୁଲ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ 5 T ରୂପାନ୍ତରିତ 9 ଟି ହାଇସ୍କୁଲ କୁ ଗୁରୁବାର ଦିନ ଭରଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ 5 T ଅଧକ୍ଷ ଭି. କେ. ପାଣ୍ଡିଆନ । ଆଜି ଗଞ୍ଜାମ ଜିଲ୍ଲାର ଲୋକାର୍ପିତ ହୋଇଥିବା 149 ଟି ହାଇସ୍କୁଲ ମଧ୍ୟରୁ ବେଗୁନିଆପଡା ବ୍ଲକ ର 9 ଟି ସ୍ଥାନପାଇଛି। ଚାତୁର୍ଥ ପର୍ଯାୟ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ 618 ଟି ହାଇସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ର ମୋଟ 27 ଟି ସ୍କୁଲ ରୂପାନ୍ତରିତ ହୋଇପାରିଛି । ଏହି ବ୍ଲକର ବେଗୁନିଆପଡା, ମର୍ଦକୋଟି, କେ. ବରିଡା, ଦିଗାପଡା, ବେରୁହାଁବାଡ଼ି, ମଠ ସରସିଙ୍ଗ, ବୁରୁଝରୀ, ଚିଙ୍ଗୁଡ଼ିଖୋଲ, ମୁଣ୍ଡୁଳା ଗ୍ରାମର ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସଫଳତା କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ସଜାଇବା ସହ ଏଲ ଇ ଡି ମାଧ୍ୟମରେ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କୁ ସାମିଲ କରାଯାଇଛି
। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ସ୍ଥାନୀୟ ଜନପ୍ରତିନିଧି, କନିଷ୍ଠ ଯନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।ଗଞ୍ଜାମ କୋଦଳା ରୂ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।