You are currently viewing <em>ଆସନ୍ତା ଫେବୃଆରୀ 20 ତାରିଖରେ ରାଜରାସ୍ତାକୁ ଓଲ୍ହାଇବେ ଆର ବି ଏସ କେ ଆୟୁଷ ଡାକ୍ତର</em>
ଆସନ୍ତା ଫେବୃଆରୀ 20 ତାରିଖରେ ରାଜରାସ୍ତାକୁ ଓଲ୍ହାଇବେ ଆର ବି ଏସ କେ ଆୟୁଷ ଡାକ୍ତର

ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ 64 ଜଣ ଆର ବି ଏସ କେ ଆୟୁଷ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି | ପ୍ରକାଶ ଥାଉକି ଏହି ଆୟୁଷ ଡାକ୍ତରମାନେ 2013 ମସିହା ଠାରୁ ଅତି ନିମ୍ନମାନର ଦରମାରେ ଚାକିରୀ କରିଆସୁଛନ୍ତି | ସେମାନେ ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇଦେବାରେ ସହାୟ ହୁଅନ୍ତି, ଯଥା ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ହୃଦରୋଗୀ, ଜନ୍ମାତ ଅନ୍ଧ, ଅନେକ ଶିଶୁରୋଗ ଆଦିର ସଫଳ ଚିକିତ୍ସା କରେଇଛନ୍ତି | କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏପରି ତୃଣମୂଳ ଭାବରେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା କ୍ଷେତ୍ରରେ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ମୁଖ୍ୟ ଭୂମିକା ଲିଭେଇଆସୁଛନ୍ତି ତତ୍ ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି! ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା କୋୖଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି | ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାରେ ମଧ୍ୟ୍ୟ ସେମାନଙ୍କର କାର୍ଯ୍ୟ ଅତି ଉଚ୍ଚକୋଟିର ଥିଲା | କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏହି ଆର ବି ଏସ କେ ଆୟୁଷ ଡାକ୍ତରମାନଙ୍କର ନା ମିଳୁଛି ଅଧିକ ଦରମା ନା ଅଛି ଚାକିରୀରେ ସ୍ଥାୟିତ୍ୱ | ସରକାରଙ୍କୁ ବାରମ୍ବାର ଦାବି ଜଣେଇବା ସତ୍ତ୍ୱେ ମଧ୍ୟ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି | ତେଣୁ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଡାକରାରେ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ କଳା ବ୍ୟାଚ ପିନ୍ଧି ଶାନ୍ତି ପୁର୍ଣ ଭାବରେ କାର୍ଯ୍ୟ କରିଆସୁଛନ୍ତି, ଏହା ଫେଂବୃଆରୀ 19 ତାରିଖ ପର୍ଯ୍ୟନ୍ତ ଚାଲିବ ଓ ସରକାର ଯଦି କିଛି ନ ଶୁଣନ୍ତି ତାହେଲେ ଓଡ଼ିଶାରେ କାର୍ଯ୍ୟରତ 1272 ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ଭବିଷ୍ୟତକୁ ଆଖିରେ ଆଗରେ ରଖି ଏହି ଆନ୍ଦୋଳନ ତୀବ୍ରରୂପ ନେଇଫେବୃଆରୀ 20 ତାରିଖରେ ଭୁବନେଶ୍ୱରର ଲୋଏର ପି ଏମ ଜି ଠାରେ ଜୋରଦାର ହରତାଳ ହେବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।