ରମ୍ଭା :-25/09/2024 ବୁଧବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2024 ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆର. ବାହାଡାପଲ୍ଲୀରେ ସାବୁଳିଆ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରବନ୍ଧ, କୁଇଜ, ଚିତ୍ରାଙ୍କନ, ପି ଏମ ପୋଷଣ, ତର୍କ ପ୍ରତିଯୋଗିତା, ସୁନ୍ଦର ହସ୍ତାକ୍ଷର, ସୁଜନ ଶୀଳ ଲିଖନ, F L N grade ର ଚିତ୍ରାଙ୍କନ, ଗଳ୍ପ କଥନ, ଗଣିତ ଦୌଡ ଓ ଗଣିତ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରହରାଜ (ମୁଖ୍ୟ ଅତିଥି ), ରମ୍ଭା ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ରୋଜାଲିନ ମହାପାତ୍ର(ମୁଖ୍ୟ ବକ୍ତା ),ରବୀନ୍ଦ୍ର କୁମାର ନାହାକ (ସି. ଆର. ସି. ସି ), ପ୍ରଫୁଲ ଚନ୍ଦ୍ର ଦାସ(ଏକ୍ସ ସି. ଆର. ସି. ସି ସାବୁଳିଆ ), ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସି. ଆର. ସି. ସି ସାବୁଳିଆ କୃଷ୍ଣ ଚନ୍ଦ୍ର ବେହେରା, ବି. ବାଉରୀ ବନ୍ଧୁ ପ୍ରଧାନ, ନାଏବ ସରପଞ୍ଚ ପ୍ରମୁଖ ସମ୍ମାନୀତ ଅତିଥି, ଏସ ଏମ ସି ର ସଭାପତି ବି. ଅଭି ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ବକ୍ତା ଭିନ୍ନ ଭିନ୍ନ ବକ୍ତବ୍ୟ ଦେବା ସହ ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ, ଅନ୍ତର୍ନିହିତ ଥିବା ସୁଜନ ଶୀଳ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଉପରେ ଆଲୋକପାତ କରିଥିଲେ।

ସଭା ସଂଯୋଜନା ଆଲୋପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା କରିଥିଲେ। କାର୍ଯ୍ୟକ୍ରମ ରେ ପାଇଁ p. U. P. S ଆର ବାହାଡା ପଲ୍ଲୀ,O. A. V ବାଉରୀ ଗଣ୍ଡା ପଲ୍ଲୀ, ଆଲୋପୁର ପ୍ରାଥମିକ ବିଦ୍ୟାଳୟ, ବାଦପଲ୍ଲୀ p. U. P. S, ରେଲୱେ କଲୋନୀ ପ୍ରାଥମିକ ବିଦ୍ୟାଳୟ, ସ୍ଟୁଡେଣ୍ଟସ ନୋଡାଲ ହାଇସ୍କୁଲ ସାବୁଳିଆ, ବି ଗଣ୍ଡ।ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ଗୋଲାଗଣ୍ଡା ପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବି. ବରପଲ୍ଲୀ, ଜରି ମୁଣ୍ଡିଆ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ରଙ୍ଗ।ରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ ରେ ଦର୍ଶକ ବିମୁହିତ ହୋଇଥିଲେ।ବିଭିନ୍ନ ପ୍ରତିଯୋଗିତା ରେ ବ୍ଲକ ସ୍ତରୀୟ କୁ ଉତୀର୍ଣ୍ଣ ହୋଇଥିବା ବିତର୍କ ରେ ସମ୍ବିତ ସାହୁ, ନନ୍ଦିନୀ ଗୌଡ଼। କୁଇଜ ରେ ଶ୍ୟାମସୁନ୍ଦର ସାହୁ (ଜୁନିଅର ), ଅଜିତ କୁମାର ଦାସ (ସିନିୟର ), ଡନ ଡୋରା (ହେଚ ସିନିୟର ), ପ୍ରବନ୍ଧରେ ସୋହିଲ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ସାମନ୍ତରାୟ (ହେଚ ସିନିୟର ), ବକୃତା ରେ ମହେଶ କୁମାର ନାଥ (ଜୁନିୟର ), ସ୍ୱୟଂଶ୍ରୀ ଦାସ (ସିନିୟର ), ଶ୍ରଦ୍ଧାଞ୍ଜଳି ସ୍ୱାଇଁ (ହେଚ ସିନିୟର ), ଚିତ୍ରାଙ୍କନ ରେ ପୁର୍ବାସ ଦାସ (ଜୁନିୟର ), ତେଜସ୍ବନୀ ପଣ୍ଡା (ସିନିୟର ), ଆଶିଷ କୁମାର ପରିଡା (ହେଚ ସିନିୟର ), ସୁଜନ ଶୀଳ ଲିଖନ ଲକି ସାହୁ (ଜୁନିୟର ), ଅନନ୍ୟା ଅଭିଲିପସା (ସିନିୟର ), ଜାଗୃତି ବିଶ୍ୱାଳ (ହେଚ ସିନିୟର ), ସୂତ୍ର ଲିଖନରେ ସ୍ୱୟଂଶ୍ରୀ ବରାଡ଼ (ଜୁନିୟର ), p. M ପୋଷଣ ଡ୍ରଇଂ ରେ ସତ୍ୟବ୍ରତ କୁସିଆ (ଜୁନିୟର ), ସଂଗୀତ ରେ ସ୍ୱପ୍ନା ରାଣୀ ସାହୁ (ଜୁନିଅର ), ପ୍ରୀତିମୟୀ ଜାଲୀ (ସିନିୟର ) ଓ ସାଂସ୍କୁତିକ କାର୍ଯ୍ୟକ୍ରମ ରେ ଜି ଗଣ୍ଡ।ପଲ୍ଲୀ u. P ପ୍ରାଇମେରୀ ସ୍କୁଲ ଉତୀର୍ଣ୍ଣ ହୋଇ ଆସନ୍ତା 1 ରିଖ ଠାରୁ 5ରିଖ ମଧ୍ୟରେ ଏକ ଦିନ ପ୍ରତିଯୋଗିତା ହେବ ବୋଲି ସି. ଆର. ସି. ସି ରବୀନ୍ଦ୍ର କୁମାର ନାହାକ ପ୍ରକାଶ କରିଛନ୍ତି।

ସନ୍ତୋଷ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିବା ବେଳେ ଗୀତାଞ୍ଜଳି ମଙ୍ଗରାଜ, ଅଂଶୁମାଳି ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ସଂଚାଳନ ରେ ସହଯୋଗ କରିଥିଲେ।
