You are currently viewing କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ |
କଞ୍ଚଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ |

ଖଲ୍ଲିକୋଟ 13/1 ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ କମିଟି ସଦସ୍ୟ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆନ୍ତର୍ଜାତୀୟ ମାନବ ଅଧିକାର କମିସନର ନିର୍ଦ୍ଦେଶକ ତଥା ପୂର୍ବତନ ମହିଳା କମିସନର ଶ୍ରୀମତୀ ନମ୍ରତା ଚଢା ଯୋଗଦେଇ ସୁନ୍ଦର ଓ ସୁସ୍ଥ ସମାଜ ଗଠନରେ କିପରି ଛାତ୍ରଛାତ୍ରୀ ମାନଙ୍କ ଭୂମିକା ରହିଛି ସେ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ରୂପେ ପୂର୍ବତନ ସହନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀମତୀ ପ୍ରୀତି ପ୍ରତିଭା ଭୋଳ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉତ୍ତମ ଭବିଷ୍ୟତ ଗଠନ ପାଇଁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ରୂପେ ପି.ଏନ୍ କଲେଜ, ବୋଲଗଡ଼ ପ୍ରାଧ୍ୟାପିକା ଏବଂ ବିଭାଗ ମୁଖ୍ୟ ଡକ୍ଟର ସଂଯୁକ୍ତା ମିଶ୍ର , ଖଲ୍ଲିକୋଟ ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ସୁଶାନ୍ତ କୁମାର ନାୟକ,କଞ୍ଚଣା କ୍ଳଷ୍ଟର ଆଞ୍ଚଳିକ ସାଧନ କର୍ମୀ ଶ୍ରୀଯୁକ୍ତ ଇନ୍ଦ୍ରମଣି ପ୍ରଧାନ,କଞ୍ଚଣା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମିତିସଭ୍ୟ ଶ୍ରୀଯୁକ୍ତ ଚିତ୍ରସେନ ଘୋଷ, ବିଦ୍ୟାଳୟର କମିଟି ସଭାପତି ଶ୍ରୀଯୁକ୍ତ ଶିବଶଙ୍କର ବିଷୋୟୀ, ଆଇସିଡିସି ସୁପରଭାଇଜର ଶ୍ରୀମତୀ ସୁନୀତା ସାବତ ଙ୍କ ସହ ସ୍ଥାନୀୟ ଡାକ୍ତର ଅଜିତ କୁମାର ପଟନାୟକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଡକ୍ଟର ସ୍ନିଗ୍ଧାରାଣୀ ସ୍ବାଇଁ ସଭାପତିତ୍ବ କରିଥିଵାବେଳେ ବିଭୂତି ଭୂଷଣ ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ।

ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ମାସ 28 ତାଫିଖ ପର୍ଯ୍ୟନ୍ତ ଚାଲିବ |

( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )