କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ସରକାରୀ ସ୍ଵର୍ଣମୟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁ ମୂଲ୍ୟ ବକ୍ତବ୍ୟ ରଖିଲେ | ଶ୍ରୀ ସାହୁ ନିଜର ପିଲା ଦିନ ମନେ ପକାଇ ନିଜସ୍ୱ ଅନୁଭୂତି କୁନି କୁନି ପିଲାଙ୍କୁ ବାଣ୍ଟିଥିଲେ ଏବଂ ଛାତ୍ର ଛାତ୍ରୀ ଙ୍କ ପୂଜ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ବହୁ ପ୍ରଶଂସା କରିଥିଲେ | ମୁଖ୍ୟବକ୍ତା ଭାବେ ବେଗୁନିଆପଡା ବ୍ଲକ ଏବିଇଓ ସୋମନାଥ ସେଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ନିଜର ବହୁ ମୂଲ୍ୟ ଅଭିଭାଷଣ ରଖିଥିଲେ | ସନ୍ନମାନିତ ଅତିଥି ଭାବେ କୋଦଳା ଥାନା ଏସଆଇ ଅମୁଲ୍ୟ ରତ୍ନ ବିରୋ,ସିଆରସିସି ବିଷ୍ଣୁ ପ୍ରସାଦ ସିଂ ଏବଂ ଡବ୍ଲୁଇଓ ସୁମିତ୍ରା ସାହୁ, ପୂର୍ବତନ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସମୟୋପଯୋଗୀ ଅଭିଭାଷଣ ରଖିଥିଲେ | ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମା ମହାରଣା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
