You are currently viewing ଝାଡ଼ଭୂମି ରାଧାରମଣ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ
ଝାଡ଼ଭୂମି ରାଧାରମଣ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି ରାଧାରମଣ ହାଇସ୍କୁଲ ରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ଜୟଶ୍ରୀ ସାହୁ, ଅଧଖ୍ୟା ପଞ୍ଚାୟତ ସମିତି, ଜଗନ୍ନାଥପ୍ରସାଦ. ମୁଖ୍ୟ ବକ୍ତା _ଡ଼କ୍ଟର ରମଣୀ ରଞ୍ଜନ ମିଶ୍ର, ଅଧକ୍ଷ T.S.D college B.D pur. ସଂମାନିତା ଅତିଥି ଭାବେ..ଶ୍ରୀ ରଂଜିତ କୁମାର ପାତ୍ର ଉପାଧ୍ୟକ୍ଷା ଜଗନ୍ନାଥପ୍ରସାଦ.. ଶ୍ରୀମତୀ ସୁମିତ୍ରା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା.. ଶ୍ରୀ ବିପ୍ରଚରଣ ସ୍ୱାଇଁ, ଝାଡ଼ଭୂମି ସରପଞ୍ଚ.. ଶ୍ରୀ ଅନୁପ କୁମାର ଭୁଆଁ, ଝାଡ଼ଭୂମି ସମିତିସଭ୍ୟ.. ଶ୍ରୀ ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ରାଧାରମଣ ଉଚ ବିଦ୍ୟାଳୟ ର ସଭାପତି.. ଶ୍ରୀ ବାଳି ନନ୍ଦ, ପୂର୍ବତନ ସମ୍ପାଦକ ତଥା ଶିଖ୍ୟା ପ୍ରେମୀ.. ଶ୍ରୀ ନିରଞ୍ଜନ ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ..ଶ୍ରୀ ଭାଗିରଥି ମାଝୀ, ଶିକ୍ଷାପ୍ରେମୀ ସଭ୍ୟ..ଶ୍ରୀ ସନ୍ତୋଷ କୁମାର ପୃଷ୍ଟି, ସଭ୍ୟ..ଶ୍ରୀଯୁକ୍ତ ସିମାଞ୍ଚଳ ଜାନି, (A.B.E.O).. ସଭାପତିତ୍ୱ କଲେ, ସୁଶ୍ରୀ କଲ୍ୟାଣି ପାଢ଼ୀ, ଗୋଷ୍ଠି ଶିକ୍ଷାଧିକାରି. ଜଗନ୍ନାଥପ୍ରସାଦ..ସମେତ ଜଗନ୍ନାଥପ୍ରସାଦ ବ୍ଲକ ର ସବୁ ସ୍କୁଲ ର ଶିକ୍ଷକ ଓ ଝାଡ଼ଭୂମି ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଉଦଘାଟନୀ କାର୍ଯ୍ୟ ସମାପନୀ ହୋଇଥିଲା ଏଠାରେ 110 ଗୋଟି ପ୍ରକଳ୍ପ ପ୍ରଦଶ୍ରିତ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ପାଇଁ 4 ଗୋଟି ପ୍ରାଥୀ ଚୟନ ହୋଇଛନ୍ତି l ଏଠାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଓ ଝାଡ଼ଭୂମି ରାଧାରମଣ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ସୁଧୀର କାନ୍ତ ସାମନ୍ତରାୟ ପରିଚାଳନା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ଓ ସମସ୍ତ ଶିକ୍ଷକ ବୃନ୍ଦ ଙ୍କ ଉପସ୍ଥିତି ରେ ସୁଚାରୁ ରୂପେ କାର୍ଯ୍ୟ ସମାପନ ହୋଇଥିଲା l

ଉପସ୍ଥିତ ପ୍ରକଳ୍ପ ର ପ୍ରଦର୍ଶନି ବିଜ୍ଞାନ ମେଳା ରେ କୃତି ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ସମସ୍ତ ଅଥିତି ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଏବଂ ମିଡ଼ିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା ।