You are currently viewing ସରସ୍ବତୀ ଶିଶୁମନ୍ଦିର ୨0 ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ସରସ୍ବତୀ ଶିଶୁମନ୍ଦିର ୨0 ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ପୁରୁଷୋତ୍ତମପୁର ତା-୧୨/୧୨/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ୨0 ତମ କ୍ରୀଡା ଉତ୍ସବକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆଙ୍କ ତତ୍ୱାବଧାନରେ ୨ ଦିନଧରୀ ଏହି କ୍ରୀଡା ଉତ୍ସବ ପାଳନ ହୋଇ ଯାଇଅଛି l

ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯକାରିଣୀ ସଦସ୍ୟ ତଥା ପୁରୁଷୋତ୍ତମପୁର ଏନଏସି କାଉନସିଲର ଅଶୋକ କୁମାର ମହାଙ୍କୁଡ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ , ସଂମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଜଗବନ୍ଧୁ ଦଳାଇ, ପରିଚାଳନା କମିଟିର ଉପସଭାପତି ସଂମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହରି ହର ପଣ୍ଡା, ପୂର୍ବତନ କାଉନସିଲର ରବୀନ୍ଦ୍ର

ମହାରଣା,ପରିଚାଳନା କମିଟିର ସମ୍ପାଦକ ତଥା ଆଇନଜୀବୀ ଅକ୍ଷୟ କୁମାର ବେହେରା,ପ୍ରତିମା ବେହେରା, ସତ୍ୟବାନ ବେହେରା, ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପାଠ ପାଢ଼ୀଵା ସହିତ କ୍ରୀଡା ଓ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

ଶେଷରେ ବିଭିନ୍ନ କ୍ରୀଡା ରେ ୫୫ ଜଣ କୃତିତ୍ୱ ଅର୍ଜନ କରିଥିବା କ୍ରୀଡାବିତ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେଥି ମଧ୍ୟରୁ ଚାରିଜଣ ଚମ୍ପିୟାନ ଛାତ୍ର,ଛାତ୍ରୀ ଆଇସା ବେହେରା, ତମନା ସାହୁ, ଅଙ୍କିତା ମହାନ୍ତି, ସିଏଚ ସରତ୍ସ୍ୱତା ଶ୍ରୀପଟ୍ଟନାୟକ, କିରଣ କୁମାର ବେହେରା ପ୍ରମୁଖଙ୍କୁ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମକୁ କ୍ରୀଡାଶିକ୍ଷକ ଭଗବାନ ପାଢ଼ୀ ପ୍ରମୁଖ ଭୂମିକା ନେଇ ସଫଳ କରାଇଥିଲେ l ଏତଦ ଶିଶୁମନ୍ଦିର ସମେତ ଆଚାର୍ଯ୍ୟ,ଆଚାର୍ଯ୍ୟା ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଶିକ୍ଷକଙ୍କୁ ସମ୍ପୂର୍ଣ ସହଯୋଗରେ କ୍ରୀଡା ପ୍ରତିଯୋଗିତାର ଉଦଘାଟନ ଉତ୍ସବର ସଫଳ କରାଇଥିଲେ l

ରିପୋର୍ଟ ପ୍ରସନ୍ନ କୁମାର ଦାସ