କୋଦଳା
ସୂଚନା ଅଧିକାର ଆଇନ୍ ଦେଶର ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ଆଇନ ଏବଂ ଏହା ୨୦୦୫ ମସିହା ଠାରୁ ଲାଗୁ ହୋଇଛି। ଏହି ଆଇନ ବଳରେ ବିଭିନ୍ନ ଦୁର୍ନୀତି ଗୁଡିକର ଖୁଲାସା ହୋଇ ପାରୁଛି।
ଏହି ଆଇନ ବଳରେ ସରକାରୀ ସ୍ତରର ସମସ୍ତ ଜରୁରୀ କାଗଜପତ୍ର ଏବଂ ତଥ୍ୟକୁ ଦେଶ ର ନାଗରିକ ମାନେ ପାଇଵା ପାଇଁ ବ୍ଯବସ୍ଥା ରହିଛି l ଉକ୍ତ ସୂଚନା ଅଧିକାର ଆଇନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ହେଉଥିବା ଦୁର୍ନୀତି କୁ କିଛି ମାତ୍ରା ରେ ରୋକା ଯାଇପାରୁଛି। ତେବେ ବିଭିନ୍ନ ସରକାରୀ ଦପ୍ତରରେ ଏହି ଆଇନ କୁ ମାନୁ ନାହାଁନ୍ତି ଅଧିକାରୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଶିକ୍ଷା ଅଧିକାରୀଙ୍କ ଅଫିସରେ ଏହି ଆଇନ ବାଟବଣା ହେଉଥିବା ଅଭିଯୋଗ ହୋଇଛି। ସୂଚନା ତଥ୍ଯ ପାଇଁ ଆବେଦନ କଲେ ସଠିକ୍ ସମୟରେ ମିଳୁନି ତଥ୍ଯ।ଏଭଳି ଅଭିଯୋଗ ଆଣିଛନ୍ତି ସୂଚନା କର୍ମୀ ।ଗତ ନଭେମ୍ବର ୧୭ ତାରିଖରେ ସୂଚନା କର୍ମୀ ତଥା ସାମ୍ବାଦିକ ସୌମ୍ୟ ରଞ୍ଜନ ସାମନ୍ତରାୟ ବେଗୁନିଆପଡା ବ୍ଲକର କିଛି ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ସୂଚନା ଅଧିକାର ଆଇନ ବଳ ରେ ତଥ୍ୟ ମାଗିଥିଲେ। ତେବେ ଆବେଦନକୁ ୩୦ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସୂଚନା ତଥ୍ଯ ତାଙ୍କୁ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ପୁନର୍ବାର ପ୍ରଥମ କତ୍ତୃପକ୍ଷଙ୍କ ନିକଟରେ ଅପିଲ୍ କରିବା ସହ ଜନ ସୂଚନା ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅପରପକ୍ଷେ ବିଭାଗୀୟ ଅଧିକାରୀ ମାନଙ୍କ ସହ କିଛି ଜାଲ୍ ଶିକ୍ଷକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ସୂଚନା ତଥ୍ଯ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
