ଦିଗପହଣ୍ଡି :ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୋଟିନଡା ଗ୍ରାମପଞ୍ଚାୟତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଏବିଓ ବିଶ୍ୱରବା ପାଇକ,ରସାନନ୍ଦ ଘଡେଇ,ସିଆରସିସି ଟୁକୁନା ଭୂୟାଁ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାଳୁ ସ୍ୱାଇଁ ,ଉପସଭାପତି ପ୍ରତିମା ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ବି. ବନମାଳୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରଭାକର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତପନ କୁମାର ବେହେରା, ରାମ ନାରାୟଣ ମିଶ୍ର, ମହେଶ୍ୱର ବାଡ଼ତ୍ୟା, ସୁରେନ୍ଦ୍ର ନାଥ ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ବବି ରାଉତ, ଚିନମୟୀ ପଟ୍ଟନାୟକ, ରିଙ୍କୁନ କୁମାର ସାହୁ ଏବଂ ଶିକ୍ଷୟତ୍ରୀ ଙ୍କ ମଧ୍ୟ୍ୟରେ ତୁଳସୀ ଜେନା,ସୁନିତା କୁମାରୀ ପଣ୍ଡା,ପ୍ରମୁଖ ଉପସ୍ଥିତ ସହ ମୋସ୍କୁଲ କମିଟି ର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ।

