ଛତ୍ରପୁର ତା ୨୨/୫ /୨୬(ଅରୁଣ କୁମାର ପଣ୍ଡା )
ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।
ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି ।
ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଜଣେ ମାତ୍ର ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ୫୯୦ ନମ୍ବର ରଖି ରାଜ୍ୟରେ ପ୍ରଥମ ଦଶଜଣ ଙ୍କ ମଧ୍ୟରୁ ବିଘ୍ନେଶ ଅଷ୍ଟମ ସ୍ଥାନରେ ଟପର ହୋଇପାରିଛନ୍ତି । ଏହା ଯେ’ ଛତ୍ରପୁର ସହର ପାଇଁ ଗୌରବ ଆଣିଛନ୍ତି । ବିଘ୍ନେଶ କୁମାର ଚୌଧୁରୀ ଙ୍କ ପିତା ଅରୁଣ କୁମାର ଚୌଧୁରୀ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଙ୍କ ର ଜଣେ ଅର୍ଡରଲି-ପିଅନ ଭାବେ କାର୍ଯ୍ୟ କରୁଅଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରେ ଯୁକ୍ତଦୁଇ ପରୀକ୍ଷା ରେ ସର୍ବମୋଟ ୧୮୮ ଜଣ ପରୀକ୍ଷା ଦେଇଥିବା ବେଳେ କିଛି ଛାତ୍ରଛାତ୍ରୀ ୯୦ ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀ ରେ ୧୪୪ଜଣ ଦୃତୀୟ ଶ୍ରେଣୀରେ ୩୮ଜଣ ଓ ତୃତୀୟ ଶ୍ରେଣୀ ରେ ୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ନେଇ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅନୁଷ୍ଠାନ ପରିସରରେ ଗୁରୁବାର ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ମାନପତ୍ର ସହ ଉପହାର ଓ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି ସଫଳତା ର ଶ୍ରେୟ ଅନୁଷ୍ଠାନ ର ମୁଖ୍ୟ ତଥା ଡିନ୍ ଚିନ୍ମୟ କୁମାର ଦାଶ ଙ୍କୁ ସାଧୁବାଦ ଜଣାଇଛନ୍ତି । କଲେଜ ର ପରିଚାଳକ, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଗୁରୁଜନ ଓ ନିଜର ପିତା ମାତାଙ୍କୁ ବିଦ୍ୟାର୍ଥି ମାନେ ଶ୍ରେୟ ଦେଇଛନ୍ତି ।

