You are currently viewing ଚୁକ୍ତିଭିତିକ ପଦବୀ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ
ଚୁକ୍ତିଭିତିକ ପଦବୀ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

ବେଲଗୁଣ୍ଠା,12/02, ଚୁକ୍ତିଭିତିକ କନିଷ୍କ ଶିକ୍ଷକଙ୍କୁ ସରକାରଙ୍କ ଅବହେଳା ପ୍ରତିବାଦରେ ଆଜି ବେଲଗୁଣ୍ଠା ବ୍ଳକ୍ ଏବଂ ଭଂଜନଗର ବ୍ଳକ୍ ର ସମସ୍ତ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବର୍ଷ ଆକ୍ଟୋବର ଫଣ୍ଡର ତାରିଖରେ ଓଡିଶା ମାଟିରୁ ଚୁକ୍ତିଭିତିକ ଯୁଗ ଶେଷ ହେଲା ଘୋଷଣା କରିବାର ଚାରି ମାସ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶ ହଜାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବହେଳା କରାଯାଇଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା I ରାଜ୍ୟରେ ୫୭୦୦୦ କର୍ମଚାରୀ ମାନଙ୍କ ଠିକା ନିଯୁକ୍ତି ଉଚ୍ଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ରାଜ୍ୟ ସରକାରଙ୍କ ଓ.ଆର.ଭି ଧାରା ୧୯୭୫ ନିୟମ ପାଳନ କରି, ଡି.ଏଲ.ଇଡି, ବି.ଇଡି ତାଲିମ ପାଇଁ ଚୟନମୂଳକ ପରୀକ୍ଷା ଏବଂ ଓ.ଟି.ଇ.ଟି ବାଧ୍ୟମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଥିଲେ ମଧ୍ୟ ଚୁକ୍ତିଭିତିକ ପ୍ରଥାରୁ ମୁକ୍ତ ହୋଇନାହାନ୍ତି । ଏନେଇ ସଂଘ ତରଫରୁ ବହୁବାର ଆଲୋଚନା ପରେ ମୁଖ୍ୟଶାସନ ସଚିବ କେନ୍ଦ୍ର ସ୍କିମ କହି ଫାଙ୍କି ଦେଇଥିବା ସଂଘ ଅଭିଯୋଗ କରିଛି I ତେଣୁ ଆଜିର ବୈଠକରେ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ସେମାନଙ୍କ ପ୍ରତି ହୋଇଥିବା ଅବହେଳାକୁ ପୋଷ୍ଟ କାର୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ମାମଲାରେ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି I ଏନେଇ ଆସନ୍ତା କାଲି ମଧ୍ୟ ଇ-ମେଲ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବେଲଗୁଣ୍ଠା ବ୍ଳକ୍ କନିଷ୍ଠ ଶିକ୍ଷକ ସଙ୍ଘ ସଭାପତି ଦିଲ୍ଲୀପ କୁମାର ସାହୁ ଏବଂ ଭଞ୍ଜନଗର ବ୍ଳକ୍ କନିଷ୍ଠ ଶିକ୍ଷକ ସଂଘ ସଭାପତି ମହାଦେବ ପ୍ରକାଶ କରିଛନ୍ତି I ଯଦି ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ନିଷ୍ପତ୍ତି ନ ଆସେ ତାହେଲେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ