You are currently viewing କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛୋଟ ଶିଶୁକୁ ପ୍ରଥମରୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୬ ଗୋଟି କ୍ଳଷ୍ଟର ମାନଙ୍କରେ କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ ଏସି ରେ ରହିଥିବା ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ନିର୍ଦ୍ଦେଶକ୍ରମେ ନଗର ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନା କରିଥିଲେ । ଏଥିସହ ବି . ଆର୍ . ସିସି ବାଳା ମାଝୀ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ , ପୂର୍ବତନ ସିଆରସିସି ଉପେନ୍ଦ୍ର ପଣ୍ଡା , ବିଦ୍ଯାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶିବାନୀ ପ୍ରଭା ଦେବୀ , ପ୍ରଧାନଶିକ୍ଷକ ଗଣେଶ ସାହୁ , ସୁନୀଲ ମହାନ୍ତି ସମେତ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ କ୍ଳଷ୍ଟରର ସମସ୍ତ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଭିଭାବକ ଏଥିରେ ସାମିଲ ହୋଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲରେ ପିତାମାତାଙ୍କ ଭୂମିକା ନେଇ ନଗର ପରିକ୍ରମା କରି ସଚେତନତା କରାଇଥିଲେ । ଏହାପରେ ବିଦ୍ଯାଳୟ ପରିସରରେ ଆୟୋଜିତ ସଭାକାର୍ଯ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ୨୦୨୬ – ୨୭ ସୁଦ୍ଧା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଶେଷ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଶିକ୍ଷାର ସମସ୍ତ କୌଶଳ ଗୁଡ଼ିକ କିପରି ହାସଲ କରିପାରିବେ ତାହାକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ସିଦ୍ଧେଶ୍ଵର , ଆଙ୍କୋରଡା , କରପଡା , ବମକୋଇ , ଗୋକର୍ଣ୍ଣପୁର , ମଧୁବନ , ଗୈାଡ ଗାଁ , ଏସ୍. ଟିକରପଡା , ବି . ତୁରୁବୁଡି , ଖମ୍ବାରୀ ଗାଁ , ବଡଡୁମ୍ବୁଳା , ପଦ୍ମନାଭପୁର , ଚଷାନିମଖଣ୍ଡି , ଭୀଷ୍ମଗିରି , ଗଡଗୋବିନ୍ଦପୁର କ୍ଳଷ୍ଟରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅନ୍ୟତମ ଏବିଇଓ ବିଶ୍ରବା ପାଇକ , ରସାନନ୍ଦ ଘଡେଇ ସମେତ କ୍ଳଷ୍ଟର ସିଆରସିସି , ବିଦ୍ଯାଳୟ ପ୍ରଧାନଶିକ୍ଷକ , ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସହଯୋଗ ପ୍ରଦାନ କରିଥିଲେ ।