ସୋରଡ଼ା ୫/୧୨/୨୦୨୫ (ଲିଟୁ କୁମାର ବିଷୋୟୀ ) ସୋରଡ଼ା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ଶେଷବର୍ଷର ଉଭୟ ବିସିଏ ଓ ବିଏ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାମ୍ପସ ନିଯୁକ୍ତି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅନ୍ୟୁନ ୩୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି | ବ୍ରହ୍ମପୁର ସ୍ଥିତ ଇର୍ଥ ସ୍କାନ ପ୍ରୋ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀ ଛାତ୍ର ଛାତ୍ରୀ ଙ୍କୁ ନିଯୁକ୍ତି ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରି ଏହି ନିଯୁକ୍ତି ଶିବିର ରେ ଭାଗ ନେଇଥିଲେ |

ମହାବିଦ୍ୟାଳୟ ର ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଡ଼ଃ ହୃଷିକେଶ ମିଶ୍ର ଓ ପ୍ରଦୀପ କୁମାର ସ୍ୱାଇଁ ଏହାର ନେତୃତ୍ୱ ନେଇଥିଲେ | ବିସିଏ ବିଭାଗ ଅଧ୍ୟାପକ ସନ୍ଦୀପ କୁମାର ପଣ୍ଡା ଏହି ବିଭାଗ ପାଠ୍ୟକ୍ରମ ପରିଚାଳନା ଦାୟିତ୍ୱ ରେ ଥିବା ବିନାୟକ ଟ୍ରଷ୍ଟ ର ସଦସ୍ୟ ପ୍ରଦୀପ କୁମାର ପଣ୍ଡା, ଅମରେଶ୍ୱର ମିଶ୍ର, ଜ୍ୟୋତି ରଞ୍ଜନ ପଣ୍ଡା, ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର ଙ୍କ ସମେତ ନିୟୋଜନ ସଂସ୍ଥା ତରଫରୁ ସୁନୀଲ କୁମାର ଗୌଡ଼ ଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇଥିଲା | ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସମସ୍ତ କର୍ମଚାରୀ ଙ୍କ ସହାୟତା ରେ କାର୍ଯ୍ୟକ୍ରମ ସଫଳତା ର ସହ ଆୟୋଜିତ ହୋଇଥିଲା

