You are currently viewing A.E.M ସ୍କୁଲର ୬ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ
A.E.M ସ୍କୁଲର ୬ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ

ବ୍ରହ୍ମପୁର ମହାନଗର ଆସ୍କା ରୋଡ଼,କାଳୁପାତ୍ର ସାହି ସ୍ଥିତ A.E.M ସ୍କୁଲର ଶଷ୍ଟତମ ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟାରେ କେଦାରସ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆର୍ବନ ବ୍ୟାଙ୍କ ସଭାପତି ଆର ମୂରଲୀ ମୋହନ,କର୍ପୋରେଟର
ଟି କିଶୋର ପାତ୍ର, ସବିତା ସାହୁ, ପୂର୍ବତନ କର୍ପୋରେଟର ରାକେଶ ସାହୁ, ଉତ୍ତମ ସାହୁ, କାଳୁ ଚରଣ, ଏମ୍ କେ ଶୁଦ୍, ଟି ରାଜୁ ପ୍ରମୁଖ ଯୋଗଦେଇ ମନୁଷ୍ୟର ଜୀବନରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ପରବର୍ତ୍ତୀ ସମୟରେ ଆସିଥିବା ଅତିଥି ମାନେ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ସ୍କୁଲର ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ଚେୟାର ମେନ୍ ଯୋଗେନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ସେକ୍ରେଟାରୀ ନରସିଂହ ସ୍ୱାଇଁ, ପ୍ରିନ୍ସିପଲ୍ ମଧୁସ୍ମିତା ସାହୁ, ଶିକ୍ଷୟତ୍ରୀ ନିକିତା ସାହୁ, ଜୟନ୍ତୀ, ସୁନନ୍ଦା,ମଧୁସ୍ମିତା, ସଞ୍ଜୁ ସମେତ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ପରିଶେଷରେ ବିଦ୍ୟାଳୟର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l