ବ୍ରହ୍ମପୁର ଅନ୍ନପୂର୍ଣ୍ଣା ନଗର ମୁଖ୍ୟ ରାସ୍ତା ସ୍ଥିତ ମା ସାରଦା ବିଦ୍ୟାପୀଠର ଦଶମ ବାର୍ଷିକ ଉତ୍ସବ ଡ଼ାଇମଣ୍ଡ ଟେଙ୍କ ରୋଡ ସ୍ଥିତ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ଗୁରୁବାର ସନ୍ଧ୍ୟାର ଅନୁଷ୍ଟିତ ହୋଇଛି l ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ମେୟର ଶ୍ରୀମତି ସଙ୍ଘମିତ୍ରା ଦଳାଇ, ରାଜ୍ଯ କାଜୁ ଉନ୍ନୟନ ନିଗମ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା, ରଙ୍ଗେଇଲୁଣ୍ଡା ABO ଜୟସେନ୍ ମାଝୀ,ସମେତ କର୍ପୋରେଟର ଦୁର୍ଗା ପ୍ରସାଦ ପଣ୍ଡା, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ଶ୍ରୀମତି ରଞ୍ଜିତା ବେହେରା ପ୍ରମୁଖ ଯୋଗଦେଇଥିଲେ l

ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ମା ସାରଦା ବିଦ୍ୟାପୀଠର ପ୍ରଧାନାଚାର୍ଯ୍ୟା ଶ୍ରୀମତି ଦେବକୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ବିଦ୍ୟାପୀଠର ଆଚାର୍ଯ୍ୟ ତଥା ସଂପାଦକ ଶ୍ରୀଯୁକ୍ତ କମଳ ଲୋଚନ ମହାପାତ୍ର ନିର୍ବାହ କରିଥିଲେ l ମା ସାରଦା ବିଦ୍ୟାପୀଠର ଶିକ୍ଷୟତ୍ରୀ ଜ୍ୟୋତି ପ୍ରଧାନ, ପ୍ରଣିତା ସ୍ବାଇଁ, ରଶ୍ମିତା ଦାଶ, ସୋନାଲି ନାୟକ,ବିଦ୍ୟୁତପ୍ରଭା ପଣ୍ଡିତ ଏବଂ ଶିକ୍ଷକ ଲୋକନାଥ ପ୍ରଧାନ ସମେତ ମା ସାରଦା ବିଦ୍ୟାପୀଠର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପରିଚାଳନା ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିବା ବେଳେ ଆଚାର୍ଯ୍ୟ ଯଦୁମଣି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ବିଦ୍ୟାପୀଠର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ ::
