ପୁରୁଷୋତ୍ତମପୁର ସହର ରେଥିବା ତାରାତାରିଣୀ ମହାବିଦ୍ୟାଳୟ ରେ ବହୁତ ଦିନ ପର୍ଯ୍ୟନ୍ତ ଖାଲି ରହିଥିବା ସଭାପତି ପଦବୀ କୁ ରାଜ୍ୟ ସରକାର ଙ୍କ ଉଚ୍ଚ ଶିଖା ବିଭାଗ ଦ୍ୱାରା ଗଞ୍ଜାମ ଜିଲ୍ଳାର 3ଗୋଟି ସ୍ଥାନରେ ନୂତନ ସଭାପତି ନିଯୁକ୍ତି କରି ଥିଲେ | ତେବେ ପୁରୁଷୋତ୍ତମପୁର ମହାବିଦ୍ୟାଳୟ ନିମନ୍ତେ ବିଜ୍ଞ, ଶିକ୍ଷାବିତ, ସାହିତ୍ୟିକ, ନେତା, କର୍ମୀ ଏକାଧାର ରେ ଅଲ ରାଉଣ୍ଡର ହୋଇଥିବା ବାସୁଦେବ ମହାପାତ୍ର ନାମ ଆସିଥିଲା, ତାଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା କରିବା ନିମନ୍ତେ କଲେଜର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ସଂଯୋଜନା ରେ ଆଜି ପୂର୍ବାହ୍ନ ରେ ଅଡ଼ିଟରିୟମ ହଲରେ ସ୍ୱାଗତ,

ସମ୍ବର୍ଦ୍ଧନା ର ଆୟୋଜନ କରିଥିଲେ | ଏହିକାର୍ଯ୍ୟକ୍ରମ ରେ ତାଙ୍କୁ ପ୍ରଥମେ ଅଧକ୍ଷ ଙ୍କ ଚେମ୍ବର ରେ ସ୍ୱାଗତ କରାଯାଇ କଲେଜ ରେ ଥିବା ଗଣେଶ ଙ୍କ ପାଖରେ ଦୀପ ପ୍ରଜ୍ବଳନ କରି କଲେଜର ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ସାମନ୍ତରା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ସ୍ୱାଗତ ମଞ୍ଚରେ ଉପବେଶନ କରିବା ପୂର୍ବରୁ ୟୁଥ ରେଡ଼କ୍ରସ ର ମାଷ୍ଟର ଏନ ନାୟୁଡୁ ଓ ପିଲାମାନେ ସଭାପତିଙ୍କୁ ତାଳି ମାରି ଓ ଜୟଧ୍ଵନି ଦେଇ ସ୍ୱାଗତ କରିଥିଲେ | ଏବଂ ମଞ୍ଚରେ ଅଧିବେସନ ପରେ କଲେଜ ତରଫରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ସଭାପତି ଙ୍କ ସହିତ ମଞ୍ଚରେ କଲେଜ ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ , ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ନେହ ଲତା ପଣ୍ଡା, ଯୁବ ନେତା ସୀତାରାମ ପାଣିଗ୍ରାହୀ ଏନଏସି ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା , ପୁରୁଷୋତ୍ତମପୁର ବିଜେଡି ବ୍ଳକ ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ, ମଞ୍ଚାସିନ ଥିଲେ |।

ଅତିଥି ମାନେ ମା ତାରା ତାରିଣୀ ଙ୍କ ଫୋଟ ରେ ପୁଷ୍ପ ଦେଇ ଦୀପ ପ୍ରଜ୍ବଳନ କରି ମାଙ୍କର ଆଶିଷ ଭିକ୍ଷା କରିଥିଲେ | ଅଧକ୍ଷ କିଛି ଅଧ୍ୟାପକ, ଅଧ୍ୟାପିକା ଙ୍କୁ ସଭାପତି ଙ୍କ ଉଦେଶ୍ୟ ରେ ବକ୍ତବ୍ୟ ରଖି ଥିଲେ | ସଭାପତି ଙ୍କ କଲେଜ ରେ ଅବାଦନ ଓ ନାକର ଗୁଣ ବତା ପାଇବା ପାଇଁ ସଭାପତି ଝାଡୁ ମାରିବା ଠାରୁ ସବୁକିଛି ସହଯୋଗ କରି କଲେଜର ଉର୍ନ୍ନତି ପାଇଁ ବହୁ ଚେଷ୍ଟା କରିଥିବାର କହିଥିଲେ | ଏବଂ ଅନ୍ୟତମ ଅଧ୍ୟାପକ ରାମନାଥ ପାତ୍ର ନିଜ ବକ୍ତବ୍ୟରେ ସଭାପତି ଙ୍କ ଅବଦାନ ଅତୁଳ ନିୟ ଏବଂ ତାଙ୍କ ପରି ବହୁ ପ୍ରତିଭା ର ବ୍ୟକ୍ତିଙ୍କ ସଭାପତି ନାମକୁ କାଟିବାକୁ ବହୁ ଷଡ଼ଯନ୍ତ୍ର ହୋଇ ଥିଲା, କିନ୍ତୁ ଶେଷରେ ମାଆ ଙ୍କ କୃପାରୁ ତାଙ୍କର ବିଜୟ ହେଲା ବୋଲି ଭାବ ବିହ୍ଵଳ ରେ କହିଥିଲେ | ମଞ୍ଚସିନ ଅତିଥି ମାନେ ମଧ୍ୟ ଏହି କଲେଜ ର ଆଗକୁ ବହୁବିଧ ଉର୍ନ୍ନତି ହେବା ପାଇଁ ସମସ୍ତଙ୍କ ସହଯୋଗ ସହାନୁଭୂତି ଦରକାର, ରାଜନୀତି, ମନୋ ମାଳିନ୍ୟ ଠାରୁ ପିଲାଙ୍କ ଏହି ଶିକ୍ଷା ମନ୍ଦିର ଗଠନ ରେ ସମସ୍ତେ ଏକାଠି ହୋଇ କାମ କରିବାକୁ କହିଥିଲେ | ଏହି ମଞ୍ଚରେ ଅଧ୍ୟାପିକା ଡ଼ ଗାୟତ୍ରୀ ଦାଶ, ଅଧ୍ୟାପକ ଡ଼ ସୁରେନ୍ଦ୍ର ପଣ୍ଡା, ଅଧ୍ୟାପକ ରମେଶ ସେନାପତି,ମଟବ୍ୟକ୍ତ କରିଥିଲେ | ସଭାପତି ମଧ୍ୟ ନିଜ ଭାଷଣରେ ସମସ୍ତ ଙ୍କ ସହଯୋଗ ବିନା କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ, ମୁକେବଳ ନିମିତ୍ତ ମାତ୍ର, କିନ୍ତୁ କଲେଜର ପ୍ରତିଷ୍ଠାତା ଙ୍କ ଠାରୁ ଯେଉଁମାନେ କଲେଜ ର ଉର୍ନ୍ନତି ପାଇଁ ସହଯୋଗ କରିଛନ୍ତି ତାଙ୍କୁ ସବୁବେଳ ମନେ ରଖିବା କୁ ପରାମର୍ଶ ଦେଇ ଏହି କଲେଜର ବହୁବିଧ ଆହୁରି ଉର୍ନ୍ନତି କରିବା ପାଇଁ ବଦ୍ଧ ପରୀକର ବୋଲି ମତ ଦେଇ ଥିଲେ |।

ସଭାପତି ଙ୍କ ସହିତ ଅନେକ ନେତା, କର୍ମୀ, ପୂର୍ବତନ କଲେଜ ଛାତ୍ର, ଶୁଭେଛୁ, ସାଙ୍ଗ, ସାଥୀ, ଆସି ଉପସ୍ଥିତ ଥିଲେ | ଏହାସହ ପ୍ରାୟ ଅଧ୍ୟାପକ, ଆଧ୍ୟାପିକା ମଧ୍ୟ ଉପସ୍ଥିତ ରହି ଥିଲେ | ପୂର୍ବତନ ଛାତ୍ର ସଭାପତି, ଅଶୋକ ମହାଙ୍କୁଡ, କାଉନ ସିଲର ଭାସ୍କର ବେହେରା, ଚିନୁ ଆଚାରୀ, ସନ୍ତୋଷ ପଣ୍ଡା, ଉପସ୍ଥିତ ଥିଲେ | ଶେଷରେ ଆଜିର ସଭାପତି ଙ୍କ ପାଇଁ ସବୁ ଦାୟିତ୍ୱ ନେଇଥିବା ଅଧ୍ୟାପକ ଡ଼ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇ ଥିଲେ | ଏବଂ ସମସ୍ତଙ୍କ ସହଯୋଗ ରେ ସଭାପତିଙ୍କ ସ୍ୱାଗତ ଉଛବ ବହୁ ବହୁ ଭଲରେ ହେଲା |
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
