ସୋରଡ଼ା ୧୫/୧୨/୨୦୨୫(ଲିଟୁ କୁମାର ବିଷୋୟୀ) ଗଞ୍ଜାମ ଶିକ୍ଷା ଜିଲ୍ଲା ସୋରଡା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିୟନ୍ତ୍ରଣ ପରିସର ଗୌଡ଼ଗୋଠ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭୁଦତ୍ତ ଦାସ ଙ୍କ ପୌରାହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିବିଧତା ଭିତରେ ଏକତା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ।

ଭାରତରେ ପ୍ରାଚୀନ କାଳରୁ ଗୁରୁଶିଷ୍ୟ ପରମ୍ପରା ଏକ ଶ୍ରେଷ୍ଠ ନିଦର୍ଶନ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଭାବେ ଗଢିତୋଳିବା ଓ ସେମାନଙ୍କୁ ଉଚିତ୍ ମାର୍ଗ ପ୍ରଦର୍ଶନ କରିବା ଗୁରୁଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଥିଲେ। ଆଜି ବିଜ୍ଞାନ ବହୁ ପ୍ରଗତି କରିଥିଲେ ମଧ୍ୟ ତାହା ପିଲାମାନଙ୍କୁ ପ୍ରେରଣା ଯୋଗାଇ ପାରିବ ନାହିଁ, ବରଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କୁ ପ୍ରେରଣା ଦେଇପାରିବେ ବୋଲି ଶ୍ରୀ ବିଷୋୟୀ କହିଥିଲେ |

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତାମ୍ବର ନାୟକ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ପ୍ରଧାନ, ଗୌଡ଼ଗୋଠ ସି ଆର ସି ବଳରାମ ସାହୁ ସମାଜ ସେବି ଟୁକୁନା ଗୌଡ଼, ବଦ୍ରି ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ ଉଦବୋଧନ ଦେଇଥିଲେ |

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ କରକମଳ ରେ ପୁରସ୍କାର ବିତରଣ ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସର ଝୁମିଉଠିଥିଲା | ପରିଶେଷରେ ସୋରଡ଼ା ବିଧାୟକ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ରେ ବାଳିକା ମାନଙ୍କୁ ଶୀତ ବସ୍ତ୍ର କମଳ ବଣ୍ଟନ କରିଥିଲେ |

