You are currently viewing ବିଇଓ କାର୍ଯ୍ଯାଳୟରେ ଧାରଣାରେ ବସିଲେ ବେଗୁନିଆପଡ଼ା ବ୍ଳକର ପ୍ରାଥମିକ ଶିକ୍ଷକ
ବିଇଓ କାର୍ଯ୍ଯାଳୟରେ ଧାରଣାରେ ବସିଲେ ବେଗୁନିଆପଡ଼ା ବ୍ଳକର ପ୍ରାଥମିକ ଶିକ୍ଷକ

ଗଣଶିକ୍ଷା ସଚିବ କିମ୍ବା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଶ୍ବାସନା କାମ ଦେଲାନି। ବାରମ୍ବାର ପ୍ରତିଶ୍ରୁତି ଦେଇ ଠକୁଥିବାରୁ ଶିକ୍ଷକ ସଂଘର ନେତାମାନେ ଆଉଏମାନଙ୍କୁ ବିଶ୍ବାସକୁ ନେଇ ନାହାନ୍ତି। ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଧା ସିଧା କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ପ୍ରତିଶ୍ରୁତି ଦିଅନ୍ତୁ। ବୁଧବାର ବେଗୁନିଆପଡ଼ା ବ୍ଳକ ବିଇଓ କାର୍ଯ୍ଯାଳୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଗଣ ଧାରଣା ଦେଉଛନ୍ତି ଶହ ଶହ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ। ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପିଲାମା‌ନଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।
ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଅଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା ପରି ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ଆଜି ରାତି ସୁଦ୍ଧା ସଫଳ ହୋଇ ନାହାନ୍ତି। ବରଂ ଶିକ୍ଷକମାନେ ନିଜ ଜିଦ୍‌ରେ ଅଟଳ ରହିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେପଟେ ବୁଧବାର ଠାରୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ସହ ମଧ୍ଯାହ୍ନ ଭୋଜନ ବନ୍ଦ ହୋଇଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳେଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।