You are currently viewing ତାରାତାରିଣୀ ମହାବିଦ୍ୟାଳୟରେ ଅଭି ଭାବକ ଓ ଅଧ୍ୟାପକ ବୈଠକ ଅନୁଷ୍ଠିତ ହୋଇଯାଇଛି l
ତାରାତାରିଣୀ ମହାବିଦ୍ୟାଳୟରେ ଅଭି ଭାବକ ଓ ଅଧ୍ୟାପକ ବୈଠକ ଅନୁଷ୍ଠିତ ହୋଇଯାଇଛି l

ପୁରୁଷୋତ୍ତମପୁର ତା-୨୮/0୧/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟର ଅଧକ୍ଷଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଶନିବାର ଦିନ ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କ ଅଭି ଭାବକ ଓ ଅଧ୍ୟାପକ ଆଲୋଚନାର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲେ |ଏହି ବୈଠକରେ ଯୁକ୍ତ ୨ର ଛାତ୍ର ଛାତ୍ରୀଙ୍କୁ ଓଡିଶା ସରକାରଙ୍କ ତରଫରୁ ବିଗତ 14/12/2017 ମସିହାରେ ମୋ ସ୍କୁଲ ଅଭିଯାନ ଛାତ୍ର ଛାତ୍ରୀଙ୍କ ପାଇଁ ଛାତ୍ର ବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଇଥିବା ବେଳେ ଏଥିରେ ସଚେତନତା ଅଭାବ ଯୋଗୁ ବହୁ ଛାତ୍ର ଛାତ୍ରୀ ଛାତ୍ର ବୃତ୍ତି ପାଇବା ରୁ ବଞ୍ଚିତ ହୋଇଥାନ୍ତି l ଚଳିତ ବର୍ଷ ୯୮୯ ବୃତ୍ତି ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ସେଥି ମଧ୍ୟରୁ ୯୨0 ଦରଖାସ୍ତ କରିଥିଲେ କିନ୍ତୁ ୯୨0 ଦରଖାସ୍ତ ଭିତରୁ 549 ବୃତ୍ତି ପାଇବା ପାଇଁ ଯୋଗ୍ୟ ଥିବାଜଣାପଡିଛି ଆଉ ୩୭୧ ଜଣଙ୍କ ବ୍ୟାଙ୍କ ଖାତାକୁ ଆଧାର ନଂ ଲିଙ୍କ ନଥିବା କାରଣରୁ ବୃତ୍ତି ପାଇବାରୁ ବଞ୍ଚିତ ଥିବା ଅଧ୍ୟାପକ ସିଦ୍ଧାର୍ଥ ପଣ୍ଡା ସୂଚନା ଦେଇଥିଲେ l ଏହି ବୃତ୍ତି ସମ୍ବନ୍ଧୀୟ ସୂଚନା ଅବିଭାବକଙ୍କୁ ସଚେତନତା ରହିବା ପାଇଁ ଅନୁରୋଧ କରିଥିଲେ l ଏହି ଅବିଭାବକ ଅଧ୍ୟାପକ ସମ୍ମିଳନୀ ରେ ଅଧ୍ୟାପକ,ଅଧ୍ୟାପିକା ମଞ୍ଚାସିନ ହୋଇ ନିଜ ନିଜ ଅଭି ଭାଷଣ ରେ ଅଭି ଭାବକଙ୍କ ଉଦେଶ୍ୟରେ ଖାଲି ନିଜ ପିଲାମାନଙ୍କୁ କଲେଜରେ ପାଠ ପଢ଼ାଇବାକୁ ଛାଡିଦେଲେ ହବନି ପିଲାମାନଙ୍କ ଉପରେ ନଜର ରଖିବାକୁ ଦରକାର ନଚେତ ପିଲାମାନେ ଅବାଟରେ ଗୋଡ଼ ରଖିବାକୁ ପଛେଇବେ ନାହିଁ | ଏଣୁ ପିଲାମାନେ ଯେମିନ୍ତି ଅବାଟରେ ନ ଯିବେ ଅବିଭାବକ ଗୁରୁତ୍ୱ ଦେବାସହ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଯୋଗସୂତ୍ର ରଖିବା ପାଇଁ ନିଜ ନିଜ ବକ୍ତବ୍ୟ ରଖିଥିଲେ l ମହାବିଦ୍ୟାଳୟ ଅଧ୍ୟାପିକା ଗାୟତ୍ରୀ ଦାସ ମଞ୍ଚାସିନ ଅଧ୍ୟାପକ ଅଧ୍ୟାପିକାଙ୍କ ପରିଚୟ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ଅଧ୍ୟାପକ ଡ଼କ୍ଟ ରମେଶ ଚନ୍ଦ୍ର ସେନାପତି,ଡ଼କ୍ଟ ପ୍ରବୀର ପ୍ରଧାନ,ଡ଼କ୍ଟ ସୁରେନ୍ଦ୍ର ନାଥ ପଣ୍ଡା, ଅଧ୍ୟାପିକ ସନ୍ଧ୍ୟାରାଣୀ ପାତ୍ର, ଦାମିନୀ ମିର୍ଦ୍ଧା, ଅଧ୍ୟାପକ ଶିଶିର କୁମାର ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ସାହୁଙ୍କ ସହ ଅବିଭାବକ କୃଷ୍ଣ ଚନ୍ଦ୍ର ବେହେରା, ରଞ୍ଜନ ବେହେରା, ଗୁରା ବେହେରା, ରାଜେନ୍ଦ୍ର ସାହୁ, ପି-ବିମ୍ବାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l