କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଫାସୀ ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ସ୍ବତନ୍ତ୍ର ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ସାହିତ୍ୟିକ, କବି, ଲେଖକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ କଳାକାରଙ୍କ ସମାଗମ ହୋଇଥିଲା। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ଏହି ସମାରୋହକୁ ପୂର୍ବତନ ଯୁଗ୍ମ ଶାସନ ସଚିବ ଡଃ ହରିଶ୍ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଓଡିଶା ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ହରିହର କାନୁନଗୋ, ମୁଖ୍ୟବକ୍ତାଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡଃ ବିବେକାନନ୍ଦ ପାଣିଗ୍ରାହୀ, ସମ୍ମାନିତ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ମୁରଲୀଧର ନନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଭାପତି କବି ପ୍ରଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ଯକ୍ତି ବିଶେଷ ଯଥା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଗୋଦାବରୀ ସାଠୁଆ, ବୈଷ୍ଣବ ଚରଣ ଦାଶ, ଶ୍ରୀ ଗଣେଶ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ପ୍ରେମଚାନ୍ଦ ପାତ୍ର, ତ୍ରିନାଥ ଦାଶ, ନାରାୟଣ ଲେଙ୍କାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା।କବି ଓ ଲେଖକ ମାନଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ସ୍ମୃତି ନିର୍ଝରିଣୀ, ସ୍ମୃତିରେ ସ୍ମୃତିରେ, ଅଭିଳାଷ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପ୍ରମିଳା ପାଣି ଓ ନୀଳକଣ୍ଠ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଡକ୍ଟର ଗୌରାଙ୍ଗ ଚରଣ ରାଉତ, ପ୍ରମୋଦ କୁମାର ପଣ୍ଡା, ନନ୍ଦ କିଶୋର ପ୍ରଧାନ, ଯୁବ ସାମ୍ବାଦିକ ପବିତ୍ର କୁମାର ରାଉତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନର କବିତା ପାଠ ଉତ୍ସବର ସଂଯୋଜନା ଭାବେ ସୁବଳୟା ମହାବିଦ୍ୟାଳୟର ଅଧ୍ୟାପିକା ଜୋସ୍ନା କୁମାରୀ ପ୍ରଧାନ, ଅନନ୍ତ କର, ବନ୍ଦନା ମହାପାତ୍ର ମଞ୍ଚାସୀନ ଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
