ଖଲ୍ଲିକୋଟ: 15.01ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସୋମବାର ଦିନ ୪୨ତମ ବାର୍ଷିକ ଉତ୍ସବ ସହିତ ଶ୍ରୀ ଅରବିନ୍ଦ କ୍ଷେତ୍ର ର ୩୮ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସର ରେ ବହୁ ଆଡ଼ମ୍ବରରେ
ପାଳିତ ହୋଇଯାଇଛି। ସକାଳ ୬ ଘଟିକା ସମୟରେ ଶ୍ରୀ ଅରବିନ୍ଦ ଙ୍କ ପବିତ୍ର ଦେହାଂଶ ପୀଠ ସାନିଧ୍ୟ ରେ ଅଭିନିବେଶ କରାଯାଇଥିଲା। ଏହି ଅବସରରେ ସାଧକ ଭାଗିରଥି ମହାପାତ୍ର ଙ୍କ ଦ୍ଵାରା ଆଧ୍ୟାତ୍ମିକ ମାତୃ ପତାକା ଉତ୍ତୋଳନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ମାତରମ୍ ଓ ମାର୍ଚ ପାଷ୍ଟ ପରିବେଷଣ କରାଯାଇଥିଲା । ଆୟୋଜିତ ଆଧ୍ୟାତ୍ମିକ ଭବ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ ସୁନାଖଳା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ ପୁଷ୍ପାଞ୍ଜଳି ସାହୁ ଯୋଗ ଦେଇ ତାଙ୍କର ବକ୍ତବ୍ୟରେ ଜାତୀୟ ଶିକ୍ଷା ଆୟୁକ୍ତଙ୍କୁ ଶ୍ରୀମା ଙ୍କ ଭବ୍ୟ ଆଧ୍ୟାତ୍ମିକ ଉତ୍ତର କୁ ଉପସ୍ଥାପନ କରି ଏହା ଏକ ଯୁଗାନ୍ତକାରୀ କାଳଜୟୀ ବାର୍ତ୍ତା ବହନ କରୁଥିବା ପ୍ରକାଶ କରିଥିଲେ।

ମୁଖ୍ୟ ଆଲୋଚକ ଭାବରେ ଶ୍ରୀଯୁକ୍ତ ଭାଗିରଥି ମହାପାତ୍ର ଉତ୍ସବ ରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୈଦିକ ଶିକ୍ଷା,ଜାତୀୟ ଶିକ୍ଷା , ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଭବିତବ୍ୟ ର ଶିକ୍ଷା ର ଆବଶ୍ୟକତା ଉପକାରିତା ଓ ସୁସ୍ଥ ସମାଜ ଗଠନରେ ଗୁରୁତ୍ଵ ବହନ କରୁଥିବା ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୂପେ ତହସିଲଦାର ଶ୍ରୀକୁମାର ରଥ ଯୋଗ ଦେଇ ବାର୍ଷିକ ପତ୍ରିକା ଆରୋଶ୍ରୀ କୁ ଉନ୍ମୋଚନ କରିଥିଲ । ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଆବାହକ ଶଶଧର ବେହେରା ଓ ଖଲ୍ଲିକୋଟ ର ପୂର୍ବତନ ବିଧାୟକ ତ୍ରିନାଥ ସାମନ୍ତରା ଙ୍କ ପୁତ୍ର ପ୍ରଫେସର ଡ. ରବି ନାରାୟଣ ସାମନ୍ତରା ସମ୍ମାନିତ ଅତିଥି ଭ|ବେ ଯୋଗ ଦେଇଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଶ୍ରୀ ଚକ୍ରପାଣି ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ରାମମୋହନ ପଣ୍ଡା , ଧନ୍ୟବାଦ୍ ଅର୍ପଣ କରିଥିଲେ ଭାର ପ୍ରାପ୍ତ ଅଧ୍ୟକ୍ଷ କରୁଣା କୁମାର ପଟ୍ଟନାୟକ ।

ଅପରାହ୍ନ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକକ ଓ ସାମୁହିକ ନୃତ୍ୟ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତ ଅଭିଭାବକ ଓ ଅପା ଭାଈ ଙ୍କ ମନ ଛୁଆଁ ହୋଇପାରିଥିଲା l ନବ ଜୀବନ ଶିକ୍ଷା ସଂସଦ ସମ୍ପାଦକ ଶ୍ରୀଯୁକ୍ତ ପ୍ରସାଦ ତ୍ରୀପାଠୀ ଶାରୀରିକ କଳା କୌଶଳ ପ୍ରଦର୍ଶନ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶାରିରୀକ ଶିକ୍ଷା ର ଉପଯୋଗୀତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ସନ୍ଧ୍ୟା ରେ ଆଧ୍ୟାତ୍ମିକ ପତାକା ଅବତଳନ କରାଯାଇଥିଲା ।
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
