You are currently viewing ନୂଆଁ-ଓ ଭାଷା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ
ନୂଆଁ-ଓ ଭାଷା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ

ଜଗନ୍ନାଥ ପ୍ରସାଦ:୨୯.୦୧.୨୦୨୪(ଚିତ୍ତରଞ୍ଜନ ଗନ୍ତାୟତ )ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ନୂଆଁ-ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ କୃତିବାସ ବିଶ୍ଵାଳ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଭାଷା ଯଦି ବଞ୍ଚିବ ମାତୃଭାଷାକୁ ଭଲ ପାଅ ନିଜସ୍ଵ ବକ୍ତବ୍ୟରେ ତାହା ପ୍ରକାଶ କରିଥିଲେ । ମୂଖ୍ୟ ବକ୍ତା ଭାବେ ଡ଼ଃ ସୁରେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଓଡ଼ିଶା ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ଯେଉଁ ଉଦ୍ୟମ ଜାରି ରହିଛି ତାର ଭୂୟଂସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଶୁଭଶ୍ରୀ ଗ୍ରୁପ୍ ତରଫରୁ ଗାନ କରାଯାଇଥିଲା । ଓଡ଼ିଶା ଭାଷା ସାହିତ୍ୟ ପ୍ରତିଯୋଗିତାର ସଂଯୋଜକ ଅଧ୍ୟାପକ ସୁନିର କାନ୍ତ ମିଶ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚାସିନ ହେବାପାଇଁ ଆହ୍ବାନ କରିଥିଲେ । କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି ସଭାର ଉଦ୍ଦେଶ୍ୟ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର, ଟ୍ରଫି ଓ ନଗଦ ରାଶି ପ୍ରଦାନ କରାଯାଇଥିଲା । ପାଞ୍ଚଶହରୁ ତଦୁର୍ଦ୍ଧ ସାହିତ୍ୟାନୁରାଗୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼ ଯୋଗଦେଇ ଆଧ୍ୟାତ୍ମିକତା ହିଁ ଛାତ୍ରଛାତ୍ରୀ ମାନଙ୍କ ଜୀବନର ଧେୟ ହେବା ବୋଲି ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାଧ୍ୟାପକ ଭାସ୍କର ଗୌଡ଼, ହାଡୁବନ୍ଧୁ ପ୍ରଧାନ, ମିହିର କୁମାର ଶତପଥୀ, ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପିକା ସୁଶ୍ରୀ ସୁନିତା ଗୌଡ଼, ସୁଶ୍ରୀ ଅସ୍ମା ନନ୍ଦ, ସୁଶାନ୍ତ କୁମାର ପାତ୍ର, ମଦନ ମାଝୀ, ସନ୍ତୋଷ କୁମାର ଦଳାଇ, ଶ୍ୟାମଘନ ପ୍ରଧାନ, ମନ୍ମଥ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଡି.ଇ.ଓ ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ରୁଦ୍ର ପାଣିଗ୍ରାହି, ଆଶିଷ ଗୌଡ଼, ସନାତନ ସାହୁ, ଦୀପିକା ପାତ୍ର, ପ୍ରୀତି ମୁଲି ଓ କାଜଲ ବେହେରା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବାଣିଜ୍ୟ ଅଧ୍ୟାପକ ରାଧା ମାଧବ ପ୍ରଧାନ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।