ଖଲ୍ଲିକୋଟ:-(୧୧/୧୨/୨୦୨୩)- କଞ୍ଚଣା ପଂଚାୟତ ଅନ୍ତର୍ଗତ ରାଣିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କ ସକାଶେ ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା ଉଦ୍ଘାଟନ କରିଥିବା ବେଳେ ସହକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ଗୌଡ଼ ଓ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜିକାଲି ମହିଳା ମାନେ ବିପଦର ସମ୍ମୁଖୀନ ହେଲେ କିପରି ନିଜକୁ ନିଜେ ସୁରକ୍ଷା ଦେବା ସହ ଶତ୍ରୁ କୁ ପ୍ରତିହତ କରିବେ ସେ ଦିଗରେ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ସାଧନ କର୍ମୀ ଭାବେ ମାମୀନୀ ରାଉତ ଅଳକା ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିର ୫ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି।
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
