You are currently viewing ଫୁଲ ର ବାସ୍ନା ମହକାଇବାରେ ପାଖୁଡ଼ା ଶକ୍ତ ହେବା ଜରୁରୀ।<br>ଖଲିଙ୍ଗି ଉ ପ୍ରା ସ୍କୁଲର ଏକାଦଶ ବାର୍ଷିକ ଉତ୍ସବ।
ଫୁଲ ର ବାସ୍ନା ମହକାଇବାରେ ପାଖୁଡ଼ା ଶକ୍ତ ହେବା ଜରୁରୀ।
ଖଲିଙ୍ଗି ଉ ପ୍ରା ସ୍କୁଲର ଏକାଦଶ ବାର୍ଷିକ ଉତ୍ସବ।

ସାନଖେମୁଣ୍ଡି ୨୩/୨ (ବିନାୟକ ଦାଶ)ଫୁଲର ଗନ୍ଧ ଓ ସୁବାସ୍ନା କୁ ଅଟକେଇବାର ଶକ୍ତି ଓ ସାମର୍ଥ୍ୟ ପାଖୁଡ଼ା ପାଖରେ ନାହିଁ। ପାଖୁଡ଼ା ଶକ୍ତ ହୋଇ ଫୁଲ କୁ ଜାବୁଡ଼ି ଧରି ତାର ମହ ମହ ବାସ୍ନା ରେ ଆମ ସମାଜ କୁ ବାସ୍ନାୟିତ କରିବାର ଆବଶ୍ୟକତା ରହିଛି। ଅଭିଭାବକ ପ୍ରଶାସକ ମାନେ ଶକ୍ତ ପାଖୁଡ଼ା ହୋଇ ଫୁଲ ସ୍ୱରୂପ ଶିକ୍ଷାର୍ଥୀଙ୍କ ମହମହ ପ୍ରତିଭା ବିକାଶରେ ସହାୟକ ହେବା ଅପରିହାର୍ଯ୍ୟ। ଓ ଗାଆଁ ର ପ୍ରାଥମିକ ବିଦ୍ୟାଳୟ ହିଁ ଶିକ୍ଷା ବିକାଶରେ ଭିତ୍ତି ସୁଦୃଢ଼ କରିଥାଏ। ପ୍ରାଥମିକ ସ୍କୁଲ ହିଁ ଶିକ୍ଷାର୍ଥୀ ର ଭବିଷ୍ୟତ ନିର୍ଣ୍ଣୟ କରିଥାଏ। ପ୍ରାଥମିକ ବିଦ୍ୟାଳୟ ରେ ସାଧକ ଓ ସାଧନl ର ବିଶ୍ରାମ କିମ୍ବା ବିରାମ ନଥାଏ। ଜୀବନର ଗତିଶୀଳତାରେ ଭବିଷ୍ୟତ ପାଇଁ ଉତ୍ତମ ପୀଢ଼ି ଗଠନ କରିବାକୁ ହେଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଅଭିଭାବକ ଶିକ୍ଷା କମିଟି ଗ୍ରାମବାସୀ ପ୍ରଶାସକ ଜନ ପ୍ରତିନିଧିଙ୍କ ମିଳିତ ପ୍ରୟାସ ନିହାତି ଆବଶ୍ୟକ ବୋଲି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକାଦଶତମ ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ଅତିଥି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ସମାବେଶକୁ ବ୍ଲକ୍ ଶିକ୍ଷାଧିକାରୀ କୋରେଶୁ ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟବକ୍ତା ଅଧ୍ୟାପକ ପାଟପୁର କଲେଜ ରସାୟନ ଅଧ୍ୟାପକ ଡ଼ କୈଳାସଚନ୍ଦ୍ର ସ୍ବାଇଁ ପାରଳା ଏସକେସିଜି ଗଣିତ ଅଧ୍ୟାପକ ଡ ଅଶ୍ଵିନୀ କୁମାର ରାଉତ ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ସିମାଞ୍ଚଳ ରଥ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥି ଓ ଶିକ୍ଷାୟତନ ପ୍ରତି ଶିକ୍ଷକ ଅଭିଭାବକ ପରିଚାଳନା କମିଟି ଗ୍ରାମବାସୀ ମାନଙ୍କ ଦାୟିତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ।ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶୁକଦେବ ମଲିକ ସଭା ପରିଚାଳନା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଚିତ୍ରସେନ ଭୂୟାଁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସିମାଞ୍ଚଳ ରଥ ସରପଞ୍ଚ ଅର୍ଣ୍ଣବ ନାୟକ ସମିତିସଭ୍ୟା ପ୍ରତିନିଧି ଭଗବାନ ରାଉତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅଶୋକକୁମାର ମଲ୍ଲିକ ତୋଫାନକୁମାର ପାତ୍ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟକୁମାର ସାହୁ ନନ୍ଦିଘୋଷ ଟିଭି ପ୍ରତିନିଧି କାଳୁଚରଣ ନାହାକ ପୂର୍ବତନ ସରପଞ୍ଚ ମଧୁସ୍ମିତା ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅଟିଥିମାନେ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ସଭ୍ୟ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି ଶିକ୍ଷାର୍ଥୀ ମାନେ ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ।