You are currently viewing ଗୌତମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ବିଧାୟିକା ।
ଗୌତମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ବିଧାୟିକା ।

ସାନଖେମୁଣ୍ଡି , ୨୮/୦୧/୨୦୨୪ :- ସାନଖେମୁଣ୍ଡି ର ଗୌତମୀ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ସ୍କୁଲ ପ୍ରେକ୍ଷାଳୟ ପଡ଼ିଆରେ ବିଦ୍ୟା ମନ୍ଦିରର ସଭାପତି ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କ ଅଧକ୍ଷ୍ୟତାରେ ଆୟୋଜିତ ଏହି ବାର୍ଷିକ ଉତ୍ସାବରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l

ସମ୍ନାନିତ ଅତିଥିଭାବେ ଗୌତମୀ ସରପଞ୍ଚ g ଝିଲ୍ଲୀ ରେଡ୍ଡୀ, ଅଞ୍ଜଳି ସ୍ୱାଇଁ, b ସିମାଞ୍ଚଳ ରେଡ୍ଡୀ,ସାନଖେମୁଣ୍ଡି ବ୍ଲକ ଚ୍ୟାରମେନ ସିମାଞ୍ଚଳ ପାତ୍ର ଯୋଗଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ସମସ୍ତ ଅତିଥି ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ l ଆୟୋଜିତ ଏହି ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତା ଓ ବୃତ୍ତିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ କପ୍ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସଙ୍ଗୀତ, ସାମାଜିକ ସଚେତନତା ଧର୍ମୀ କ୍ଷଦ୍ର ନାଟକ ସହ ଗୃପଡେନ୍ସ ଆଦି ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ଜେନା ଏବଂ ଶିକ୍ଷକ ଲକ୍ଷ୍ମୀକାନ୍ତ ପଣ୍ଡା ସମେତ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହିତ ସମସ୍ତ ସ୍କୁଲ କର୍ମଚାରୀ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।