You are currently viewing ଆରୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ
ଆରୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ

ସ୍କୁଲ ପିଲାଙ୍କ ସହ ମଧ୍ୟାନ ଭୋଜନ କଲେ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ

ବ୍ରହ୍ମପୁର,୨୩/୧୧/୨୨/: ଗଉଞ୍ଜୁ ସରପଞ୍ଚ ନିରଞ୍ଜନ ବେହେରା ଓ ଡୁରା ରାଜସ୍ୱ ନିରୀକ୍ଷକ ବିନୋଜ କୁମାର ବେହେରା ଆଜି ଆରୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ପିଲାମାନଙ୍କୁ ପାଠପଢ଼ା ଠିକ ଭାବେ ପଢ଼ାଯାଉଛି କି ନାହିଁ, ଠିକ ସମୟରେ କ୍ଲାସ ହେଉଛି କି ନାହିଁ, ପାଠପଢ଼ାରେ କିଛି ଅସୁବିଧା ହେଉଛି କି ବୋଲି ସେମାନେ ପିଲାମାନଙ୍କୁ ପଚାରିବୁଝିଥିଲେ ।ପରେ ପିଲାଙ୍କ ପାଠପଢ଼ା ପଢ଼ି କିପରି ଚାଲିଛି ସେ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ ମଧ୍ୟାନ ଭୋଜନରେ ପିଲାମାନଙ୍କୁ ଉନ୍ନତମାନର ଖାଦ୍ୟ ମିଳୁଛି ନା ନାହିଁ ତାହା ତଦାରଖ କରିଥିଲେ । ଶେଷରେ ସ୍କୁଲ ପିଲାମାନଙ୍କ ସହ ମିଶି ମଧ୍ୟାନ ଭୋଜନ ମଧ୍ୟ କରିଥିଲେ ।