ବେଲଗୁଣ୍ଠା,31/01,ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନର 26 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ
ମୁଖ୍ୟଅତିଥି ରୂପେ ବିଶ୍ବହିନ୍ଦୁ ପରିଷଦ ରାଜ୍ୟ କାଯ୍ୟକlରିଣୀ ସଦସ୍ୟ ମୁରଲୀଧର ପଣ୍ଡା ଯୋଗ ଦେଇଥିବା ବେଳେ ,ମୁଖ୍ୟବକ୍ତା ଭାବେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଭଞ୍ଜନଗର ସଂଚାଳିକା ରାଜ ଯୋଗିନୀ ସନ୍ତୋସିନୀ ଭଉଣୀ ଯୋଗଦେଇଥିଲେ I ଉଦ୍ଘାଟକ ଭାବେ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ମହାରାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏଥିରେ ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା,ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରୀକ ହେବା ପାଇଁ ପରାମର୍ଶ ଦେଇଥିଲେ I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏହି ଅବସରରେ ଅନୁଷ୍ଠାନରେ ପୂର୍ବରୁ ଅନୁଷ୍ଠିତ ବିଜ୍ଞାନ ମେଳା,କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରତ୍ୟେକ ଶ୍ରେଣୀରୁ ଶୃଙ୍ଖଳିତ ଆଚରଣ ପାଇଁ ଆଦର୍ଶ ଛାତ୍ରଛାତ୍ରୀ ଚୟନ କରି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା I ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶୁଭଶ୍ରୀ ନାୟକ ଏବଂ ଅଷ୍ଟମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର ସ୍ଵରୂପାନନ୍ଦ ସାହୁଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା I ଶିବରାମ ଗୁରୁଜୀ ସ୍ୱାଗତ ଭାଷଣ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I ସୁମିତ୍ରା ଗୁରୁମା ଏବଂ ମାମାଜିନ୍ ଗୁରୁମା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
