You are currently viewing ପଛୁଆ ବର୍ଗ ଲୋକଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସର୍ଭେ ନିମନ୍ତେ ଜନ ପ୍ରତିନିଧିଙ୍କ ସହ ଆଲୋଚନା
ପଛୁଆ ବର୍ଗ ଲୋକଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସର୍ଭେ ନିମନ୍ତେ ଜନ ପ୍ରତିନିଧିଙ୍କ ସହ ଆଲୋଚନା

ବେଲଗୁଣ୍ଠା, 28/04, ଆସନ୍ତା ମଇ ଏକ ତାରିଖରୁ ସତେଇଶ ତାରିଖ ମଧ୍ୟରେ ଓଡ଼ିଶାରେ ବସବାସ କରୁଥିବା ପଛୁଆ ବର୍ଗକୁ ଲୋକଙ୍କର ସାମାଜିକ ଏବଂ ଶିକ୍ଷାଗତ ସ୍ଥିତିର ସର୍ଭେ ହେବ I ଏନେଇ ଆଜି ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ଏବଂ କୂଳ ସମାଜ କର୍ମକର୍ତ୍ତାଙ୍କ ସହ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ସମନ୍ଵୟ ବୈଠକରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଏବଂ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ମଞ୍ଚାସୀନ ରହି ଉପସ୍ଥିତ ପଂଚାୟତ ସ୍ତରୀୟ ଜନ ପ୍ରତିନିଧି ଏବଂ କୂଳ ସମାଜ କର୍ମକର୍ତ୍ତାଙ୍କ ସହ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଏବଂ ଶିକ୍ଷାଗତ ସ୍ଥିତିର ସର୍ଭେର ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ର ପ୍ରତି ପଂଚାୟତର ସରପଞ୍ଚ,ସମିତିସଭ୍ୟ ଏବଂ ଏବଂ ବିଭିନ୍ନ ପଛୁଆ ବର୍ଗ ସମାଜର କୂଳ ସଭାପତି, ସମ୍ପାଦକ ଉପସ୍ଥିତ ରହି ସର୍ଭେ ସମୟରେ ସର୍ଭେ କରୁଥିବ ଏନୁମରେଟର୍ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ଦେଇଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ