You are currently viewing <em>ସ୍ଥାୟୀ ନିଯୁକ୍ତି ଦାବୀ ରେ ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ଓ ସ୍ୱଚ୍ଛ ସାଥି ସଙ୍ଘ ବୈଠକ</em>
ସ୍ଥାୟୀ ନିଯୁକ୍ତି ଦାବୀ ରେ ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ଓ ସ୍ୱଚ୍ଛ ସାଥି ସଙ୍ଘ ବୈଠକ

ସ୍ଵଛସାଥି ଗଞ୍ଜାମ ଜିଲ୍ଲା ନୂତନ କର୍ମକର୍ତ୍ତା ଚୟନ

କୋଦଳା-(22/11/22)ବହୁଦିନ ଧରି ରାଜ୍ୟ ର ବିଭିନ୍ନ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳପରିଷଦ ପରିଷଦ ମାନଙ୍କ ରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀ ମାନେ କରୋନା ଭଳି ମହାମାରୀ ସମୟ ରେ ମଧ୍ୟ ନିଜ ଜୀବନ କୁ ବାଜି ଲଗାଇ ସ୍ୱଳ୍ପ ଦରମା ରେ ନାନାଦି ଅସୁବିଧା ରେ କାର୍ଯ୍ୟକରି ଆସୁଥିବା ବେଳେ, ବର୍ତମାନ ର ବଜାରଦର ଅନୁସାରେ ପ୍ରାପ୍ୟ ପାଇବା ତ ଦୂରର କଥା କିନ୍ତୁ ବିଭିନ୍ନ ସର୍ଭିସପ୍ରୋଭାଇଡ଼ର ମାଧ୍ୟମ ରେ ନିଯୁକ୍ତି ହୋଇଥିବାରୁ ସେମାନଙ୍କ ର ଚାକିରୀ ର ସୁରକ୍ଷା ରହୁନି ଓ ବାରମ୍ବାର ଛଟେଇ ହେଉଛନ୍ତି I କିନ୍ତୁ ସରକାର ନିକଟ ଅତୀତ ରେ କେବଳ ଅଳ୍ପ ସଂଖ୍ୟକ ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିଦେଇ, ରାଜ୍ୟ ର ଲକ୍ଷାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ରାଜରାସ୍ତା ରେ ଛାଡି ଦେଇଛନ୍ତି I ଏହିପରିପ୍ରେକ୍ଷୀ ରେ ରାଜ୍ୟ ରେ ମୁଣ୍ଡ ଟେକିଥିବା କର୍ମଚାରୀ ଆନ୍ଦୋଳନ ଆସନ୍ତା 26 ନଭେମ୍ବର ଭୁବନେଶ୍ୱର ରେ 41 ଟି ବିଭାଗ ର ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ସମବେତ ହେବେ I
ଏହାକୁ ନେଇ ଗଞ୍ଜାମ ଜିଲ୍ଲା ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ଚତୁର୍ଥଶ୍ରେଣୀ କର୍ମଚାରୀ ମାନଙ୍କ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ଗଞ୍ଜାମ ଜିଲ୍ଲା ର ନୂତନ କର୍ମକର୍ତା ମଧ୍ୟ ଚୟନ କରାଯାଇଛି ଉକ୍ତ ବୈଠକ ଆସନ୍ତା ରାଜ୍ୟ ସ୍ତରୀୟ 26 ନଭେମ୍ବର ରେ ରେ ଆନ୍ଦୋଳନ ରେ ଯୋଗଦେବା ପାଇଁ ନିଷ୍ପତି ନେଇଛନ୍ତି I ପୌର କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା ଙ୍କ ଆବାହକତ୍ୱ ରେ ଆୟୋଜିତ ବୈଠକ ରେ ରାଜ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ଆବାହକ ପ୍ରତାପ ପ୍ରଧାନ,ବିକ୍ରମ ପ୍ରଧାନ, ଉତ୍ତମ ନାୟକ, ପ୍ରଫୁଲ୍ଲ ନାୟକ, କାମିନୀ ନାୟକ,ସଂଯୁକ୍ତା ଦାସ (ଜିଲ୍ଲା ସ୍ୱଚ୍ଛ ସାଥି ସଭାନେତ୍ରୀ ), ସୁଦାଷ୍ଣା ନାୟକ (ସମ୍ପାଦକ ), ବି. ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ Iଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।