You are currently viewing ପାଟପୁର ବିଜ୍ଞାନ କଲେଜ ରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା ଚକ୍ର ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
ପାଟପୁର ବିଜ୍ଞାନ କଲେଜ ରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା ଚକ୍ର ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ବୁଧବାର ଦିନ ସରକାର ଙ୍କ ନୂଆ ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆଧାର ରେ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ବିଭାଗ ର ଏକ ପାଠ ଚକ୍ର ଶୀର୍ଷକ “ଓଡିଶା ରେ ଜଗନ୍ନାଥ ସଂସ୍କୃତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଡ. ସୁଦେଷ୍ଣା କୁମାରୀ ଚୌଧୁରୀ ଙ୍କ ପୋୖରୋହିତ୍ୟ ରେ ଏହି

କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ତଥା କଙ୍କୋରୋଡ଼ା ବିଜ୍ଞାନ ମହାବିଦ୍ୟାଳୟ ର ପରିଚାଳନା ସମିତି ର ସଭାପତି ଡ. ହରିକୃଷ୍ଣ ନାୟକ ଯୋଗ ଦେଇ ଥିଲେ । ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନର ପ୍ରାକ୍ତନ ପ୍ରଫେସର୍ ଡ. ବିଷ୍ଣୁ ଚୌଧୁରୀ ଯୋଗ ଦେଇଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁରେନ୍ଦ୍ର ଶବର ନୋଡାଲ ଅଧିକାରୀ ରୂପେ ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ଜଗନ୍ନାଥ ସଂସ୍କୃତି ର ବିଶେଷ ଆଲୋକପାତ କରିଥିଲେ। ପ୍ରଫେସର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ସମେତ ଓଡ଼ିଆ ବିଭାଗ ର ଅଧ୍ୟାପକ ଏବଂ ଅଧ୍ୟାପିକା ପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଛାତ୍ରୀ ସିଲି ସାହୁ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାଗତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଫଳତା ପାଇ ଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରଯାଇଥିଲା।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସାହିତ୍ୟ ସମିତି ସଦସ୍ୟ ଅଧ୍ୟାପିକା ପିଙ୍କି ଓରାମ, ପଦ୍ମାବତୀ ମହାରଣା, ଚନ୍ଦ୍ରମା ପ୍ରଧାନ, ସରୋଜ ବିଶୋୟି ଏବଂ ଶ୍ରୀଧର ତ୍ରିପାଠୀ ଏବଂ ମହାବିଦ୍ୟାଳୟ ସାହିତ୍ୟ ସମିତି ର ସଦସ୍ୟ ଅଧ୍ୟାପିକା ଡ. ଏସ୍ ଶାରଦା, ସୁନିତା ରଥ, ପ୍ରିୟଦର୍ଶିନୀ ସାସ୍ମଲ୍ , ଶମ୍ଭୁ ରାଉଳ ଏବଂ ତ୍ରିଲୋଚନ ନାୟକ ଏହି ପାଞ୍ଚ ଦିନ ବିଶିଷ୍ଟ ସମସ୍ତ କାର୍ଯ୍ୟକ୍ରମ ରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ।
ଅଧ୍ୟାପକ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସୁରେନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ର, ଛାତ୍ରୀ ଏବଂ ମହାବିଦ୍ୟାଳୟ ର କର୍ମଚାରୀ ବୃନ୍ଦ ପରିଚାଳନା ରେ ସହଯୋଗ କରିଥିଲେ।