You are currently viewing ସମାଜର ଉନ୍ନତି ସାଧନ ପାଇଁ ଶିକ୍ଷାର ବିକାଶ ହିଁ ଏକମାତ୍ର ପନ୍ଥା ଏରେଣ୍ଡ୍ରା ସରସ୍ଵତୀ ଶିଶୁ ମନ୍ଦିରର ଚତୁର୍ଦ୍ଧଶ ବାର୍ଷିକୋତ୍ସବ।
ସମାଜର ଉନ୍ନତି ସାଧନ ପାଇଁ ଶିକ୍ଷାର ବିକାଶ ହିଁ ଏକମାତ୍ର ପନ୍ଥା ଏରେଣ୍ଡ୍ରା ସରସ୍ଵତୀ ଶିଶୁ ମନ୍ଦିରର ଚତୁର୍ଦ୍ଧଶ ବାର୍ଷିକୋତ୍ସବ।

ସାନଖେମୁଣ୍ଡି ୨୩/୨ (ବିନାୟକ ଦାଶ)ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକଶିତ ହେଲେ ସମାଜର ସାମଗ୍ରିକ ବିକାଶ ସାଧିତ ହେବ। ସାମାଜିକ ଅର୍ଥନୈତିକ ସାଂସ୍କୃତିକ ଅଭିବୃଦ୍ଧି ନିମିତ୍ତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ଶିକ୍ଷାକୁ ନେଇ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ଅବଦାନ ସହଭାଗିତା ଭୂମିକା ନିହାତି ଆବଶ୍ୟକ ବୋଲି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏରେଣ୍ଡ୍ରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ଦ୍ଧଶ ବାର୍ଷିକ ଉତ୍ସବ ସମାବେଶ ଅବସରରେ ବିଶିଷ୍ଟ ଅତିଥି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।

ବିଦ୍ୟାଳୟ ପରିସରରେ ପରିଚାଳନା ସଭାପତି କାମଦେବ ବରାଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାବେଶକୁ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ଶିକ୍ଷାର୍ଥୀ ମାନେ ଭଲ ପାଠ ପଢ଼ି ଉତ୍ତମ ସମାଜ ଗଠନରେ ଆଗକୁ ବଢ଼ିବା ପାଇଁ ଗୁରୁତ୍ୱାରୋପ କରିଥଲେ। ସମ୍ପାଦକ ରୋହିତ ଜେନା ଅତିଥି ପରିଚୟ ପ୍ରଦାନ ଓ ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିଲେ। ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ବ୍ଲକ୍ ଉପାଧ୍ୟକ୍ଷା ରିଙ୍କି ନାୟକ ପାଟପୁର ସମବାୟ ବ୍ୟାଙ୍କ୍ ପରିଚାଳକ ସନୋଜ କୁମାର ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟା ସୁଲତାରାଣୀ ସ୍ବାଇଁ ସରପଞ୍ଚ ଧୋବା ସ୍ୱାଇଁ ସେବାନିବୃତ୍ତ ଶିକ୍ଷକ ଉଦୟନାଥ ହୋତା ଧୋବା ସାହୁ ହାଇସ୍କୁଲ ପ୍ରଧାନଶିକ୍ଷକ ଅମୂଲ୍ୟକୁମାର ପ୍ରଧାନ ପୂର୍ବତନ ଓସ୍କାର୍ଡ ବ୍ୟାଙ୍କ ଅଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଶିକ୍ଷା ବିକାଶ ସମିତି ସଙ୍କୁଳ ପ୍ରମୁଖ ବିଜୟ କୁମାର ପ୍ରଧାନ ପୂର୍ବତନ ସରପଞ୍ଚ ନୀଳମାଧବ ରାଉତ ପଟିଗୁଡ଼ା ସରପଞ୍ଚ ସିମାଞ୍ଚଳ ଗୌଡ ସମାଜସେବୀ କଂସ ଜେନା ନୀଳାଞ୍ଚଳ ପ୍ରଧାନ ଦରଜୀ ନାୟକ ଅମୂଲ୍ୟ ପ୍ରଧାନ ପି କାମେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପରିଚାଳନା କମିଟି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।