You are currently viewing ଅଲ୍ ଇଣ୍ଡିଆ କରାଟେ ଚମ୍ପିୟାନସିପରେ ସେଣ୍ଟ ଯାଭିୟର୍ ହାଇସ୍କୁଲ ବିଦ୍ୟାର୍ଥୀଙ୍କ କୃତିତ୍ୱ ,
ଅଲ୍ ଇଣ୍ଡିଆ କରାଟେ ଚମ୍ପିୟାନସିପରେ ସେଣ୍ଟ ଯାଭିୟର୍ ହାଇସ୍କୁଲ ବିଦ୍ୟାର୍ଥୀଙ୍କ କୃତିତ୍ୱ ,

କଟକ : ଜବାହରଲାଲ ନେହେରୁ ଇନ୍ ଡୋର ଷ୍ଟାଡିୟମ କଟକ ଠାରେ ଅଲ୍ ଇଣ୍ଡିଆ କରାଟେ ଚମ୍ପିୟାନସିପ୍ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଦରପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ସ୍କୁଲର କରାଟେ ପ୍ରଶିକ୍ଷକ ରଶ୍ମି ରଂଜନ ଦାସଙ୍କ ତତ୍ତ୍ଵାବଧାନରେ ଭାଗ ନେଇ ଉଚ୍ଚ କୋଟିର କ୍ରୀଡା କୌଶଳ ପ୍ରଦର୍ଶନ କରି ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ, ଓଡ଼ିଶା ତଥା ଓଡିଶା ବାହାରୁ ଆସିଥିବା କ୍ୟାଡେଟ ମାନଙ୍କ ସହିତ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିବାରୁ, ସ୍କୁଲ ପରିଚାଳନା କମିଟି ସମ୍ପାଦକ ନରେଶ ଚନ୍ଦ୍ର ଜେନା, ପରିଚାଳନା ନିର୍ଦ୍ଦେଶିକା ବୈଜୟନ୍ତୀ ଜେନା ଓ ପ୍ରିନ୍ସିପାଲ୍ ପ୍ରଫେସର ଖଲିକୁଜ୍ ଜମାନ୍ ଖାଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।