ବେଲଗୁଣ୍ଠା,04/03,ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ବ୍ଳକ୍ ସ୍ତରୀୟ ବୈଷୟିକ ଶିକ୍ଷା ଏବଂ ତାଲିମ୍ ନିମନ୍ତେ ଏକ ଦକ୍ଷତା ମେଳା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଆଞ୍ଚଳିକ କର୍ମ ନିୟୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ରମଣ କିଲଣ ,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କୁମର ବେହେରା, ସିଡିପିଓ ଗାୟତ୍ରୀ ମିଶ୍ର, ଭଞ୍ଜନଗର କର୍ମ ନିୟୋଜନ ଅଧିକାରୀ ଲୀନୂ ଦାସ ପ୍ରମୁଖ ଯୋଗଦେଇଥିଲେ I କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ 260 ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିବା ବେଳେ ପାଞ୍ଚୋଟି ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ସମେତ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ୍ ର ପ୍ରଶିକ୍ଷକ ମାନେ ଯୋଗଦେଇ ଶିକ୍ଷାର୍ଥିଙ୍କୁ ତାଲିମ୍ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ର ସମସ୍ତ ସରପଞ୍ଚ,ସମିତିସଭ୍ୟ, ଜିପିଏଲଏଫ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ I ବେଲଗୁଣ୍ଠା ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ
