You are currently viewing ପାଟ୍ଟପୁର ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରାଣୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ପାଟ୍ଟପୁର ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରାଣୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସାନଖେମୁଣ୍ଡି — ଗଞ୍ଜାମ ଜିଲ୍ଲା ଏହି ବ୍ଲକ ପାଟ୍ଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ଯୁକ୍ତ ତିନି ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥଙ୍କ ପୌରୋହିତ୍ୟରେ ନୂତନ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପାଠପଢ଼ା ସହିତ ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱର ବିକାଶ ପ୍ରତି ଧ୍ୟାନ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ରସାୟନ ବିଭାଗର ମୁଖ୍ୟ ତଥା ଷ୍ଟାଫ କାଉନସିଲ ସଚିବ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଭାଗବତ ଗୀତାର ଆଦର୍ଶ ଅନୁସରଣ କରି ଜୀବନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ ସୁରେନ୍ଦ୍ର ଶବର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ସହ ଗୁରୁଜନଙ୍କୁ ଉଚିତ ସମ୍ନାନ ଦେବା ନିମନ୍ତେ ଉଦବୋଧନ ଦେଇଥିଲେ। ତୃତୀୟ ବର୍ଷ ଛାତ୍ରୀ ଅଞ୍ଜଳି ପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଶ୍ରାବଣୀ ପ୍ରଧାନ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ବିଭାଗ ମୁଖ୍ୟ ମେଡଲିନ କୁଜୁର ଓ ଅଧ୍ୟାପିକା ଏସ ବୁଜି ରେଡ୍ଡୀ ସଭା ସଂଯୋଜନା କରିଥିଲେ।

ପ୍ରବୀନ କୁମାର ପାଢ଼ୀ ଓ ବର୍ଷା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ରାଜା ସିଂ, ପୂଜା ନାହାକ, ଶୁଭସ୍ମିତା ଜେନା, ଜ୍ୟୋତିରାଣୀ ନାହାକ, କେ. ଶାନ୍ତି, ସ୍ବର୍ଣ୍ଣ ପ୍ରଭା ପଣ୍ଡା, ସୃତି ଜେନା, ବିଦୁସ୍ମିତା ରଥ, ଶ୍ରେୟା ରେଡ୍ଡୀ, ବେବି ସ୍ୱାଇଁ ଓ ବର୍ଷା ପଟ୍ଟନାୟକ ସହ ବିଭାଗର ଅନ୍ୟ ଛାତ୍ରଛାତ୍ରୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।ଶେଷରେ ବିଭାଗର ଡେମନ ଷ୍ଟେଟର୍ ଅଶ୍ୱିନୀ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।