You are currently viewing ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟ ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ |
ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟ ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ |

ଖଲ୍ଲିକୋଟ :24/1 ବୁଧବାର ଦିନ ଖଲ୍ଲିକୋଟ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ଆଲୋଚନା ଚକ୍ର ଓ ଉଦଯାପନ
ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବ ରେ ମହାବିଦ୍ୟାଳୟ ଅଧକ୍ଷ ଡ. ସୁରେନ୍ଦ୍ର କୁମାର ସ୍ବାଇଁ ସଭାପତିତ୍ୱ କରିଥିଲେ | ଏହି ପରିପ୍ରେକ୍ଷୀରେ ଅତିଥି ମାନେ ପରିଚୟ ପ୍ରଦାନ କରିଥିଲେ | ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ର ନୋଡାଲ ଅଫିସର ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ତ୍ରିପାଠୀ |

ମୁଖ୍ୟ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି, AIMS ର ପ୍ରାକ୍ତନ ନିର୍ଦେଶକ ତଥା ବର୍ତମାନ ର ସୋୟା ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ର ନିର୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର,ମୁଖ୍ୟ ବକ୍ତା ରୂପେ ଓଡ଼ିଆ ଭାଷା ଗବେଷକ ଓଡ଼ିଆ ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ, ବିପିନ ବିହାରୀ ପାଠାଗାର, ଜଟଣୀ ଖୋର୍ଦ୍ଧା ର ଶ୍ରୀ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ | ଏହି ଉତ୍ସବ ର ପ୍ରାରମ୍ଭରେ ଅତିଥି ମାନଙ୍କ ର ମଂଚାସୀନ କରାଯାଇଥିଲା | ସଭାପତି ଙ୍କ ଚୟନ ପ୍ରକ୍ରିୟା ପରେ ଅତିଥି ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା | ଏହି ଉତ୍ସବ ରେ +3 ତୃତୀୟ ବର୍ଷ ର ଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ଅଧକ୍ଷ ଡ. ସ୍ୱାଇଁ | ଅଧ୍ୟାପକ ତଥା NAAC ସଂଯୋଜକ ଶ୍ରୀ ବିଜୟ ଚନ୍ଦ୍ର|କ୍ଷ ଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ନୋଡାଲ ଅଫିସର ଡ. ତ୍ରିପାଠୀ ବିବରଣୀ ପାଠ କରିଥିଲେ | ଅଧକ୍ଷ ଙ୍କ ଅଭିଭାଷଣ ପରେ ମୁଖ୍ୟ ଅତିଥି ପ୍ରଫେସର ଅଶୋକ କୁମାର ମହାପାତ୍ର ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପ|ତ କରିଥିଲେ | ପ୍ରଫେସର ଜୟନ୍ତ ମହାପାତ୍ର ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା ଉପରେ ଆଲୋକପ|ତ କରିଥିଲେ | ପ୍ରଫେସର ଜୟନ୍ତ ମହାପାତ୍ର ଓଡ଼ିଆ ଭାଷା ଓଡ଼ିଆ ଓଡ଼ିଆ ସଂସ୍କୃତି ଉପରେ ଆଲୋକପାତ କରିଥିଲେ | ଅନ୍ତିମ ରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |

ସଭାପତି ଙ୍କ ଉଦଯାପନ ଭାଷଣ ପରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀମାନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିଲା |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )