You are currently viewing ଶିକ୍ଷକ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ।
ଶିକ୍ଷକ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ।

କୁକୁଡ଼ାଖଣ୍ତି , ୧୬/୦୯ – ( ପ୍ରତାପ କୁମାର ସାହୁ ) -:- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆହ୍ଵାନକ୍ରମେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୩ଦଫା ଦାବିପୂରଣ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୫ ଗୁରୁଦିବସରେ ରାଜ୍ୟ ସରକାର ଦାବିପୂରଣ କରିବେ ବୋଲି ଆଶା କରିଥିଲେ।

ଦାବିପୂରଣ ନହେବାରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଭାପତି ସାରଥୀ ପାତ୍ରଙ୍କ ଅଧ୍ଯକ୍ଷତାରେ ଧାରଣା ଦେଇ ଦାବିପୂରଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରଖିଛନ୍ତି । କଂଗ୍ରେସ ନେତା ସାଖା ସୁଜିତ କୁମାର, ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିକ୍ଷକଙ୍କ ଆନ୍ଦୋଳନ କୁ ସମର୍ଥନ କରି ସେମାନଙ୍କ ଧାରଣାରେ ଯୋଗଦେଇ ରାଜ୍ୟ ସରକାର କରୁଥିବା ଶିକ୍ଷକ ମାନଙ୍କ ପ୍ରତି ପାତରଅନ୍ତର କୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁକରିବା କୁ ଦାବି ରଖିଥିଲେ ।