ପାଟପୁର ସ୍ଥିତ ବିଶ୍ଵାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସମ୍ପ୍ରତି ସ୍ବାସ୍ଥ୍ୟ ଜନିତ ବିପଦ ଉପରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରସାୟନ ବିଜ୍ଞାନ ବିଭାଗ ମୂଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଭା ଉଦ୍ଘାଟନ କରିଥିଲେ। ଡ. ସ୍ୱାଇଁ ଙ୍କ ପୌରହିତ୍ୟ ରେ ଆୟୋଜିତ ହେଇ ଥିବା ଏହି ପାଠଚକ୍ର ରେ ସମ୍ମାନୀତ ଅତିଥି ଭାବରେ ଇଂରାଜୀ ବିଭାଗ ଅଧ୍ୟାପକ ତ୍ରିଲୋଚନ ଦାସ ଯୋଗ ଦାନ କରିଥିଲେ।

ପ୍ରୟୋଗଶାଳା ପ୍ରଦର୍ଶକ ଅଶ୍ୱିନୀ କୁମାର ମିଶ୍ର ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରର ମୂଳ ଲକ୍ଷ୍ୟ ଥିଲା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ସମ୍ପ୍ରତିର ସ୍ୱାସ୍ଥ୍ୟ ଜନିତ ବିପଦ, ସେଗୁଡିକର କାରଣ ଓ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା। ଏହି ଆଲୋଚନା ଚକ୍ରରେ ତୃତୀୟ ବର୍ଷ ର ଛାତ୍ରୀ ଏମ୍. ସୋନାଲି ପାତ୍ର, ରଶ୍ମିତା ସ୍ୱାଇଁ, ଦ୍ଵିତୀୟ ବର୍ଷ ର ବର୍ଷା ପଟ୍ଟନାୟକ, ପୂଜା ନାହାକ, ଏ. ବସନ୍ତ ରେଡ୍ଡୀ ଏବଂ ପ୍ରଥମ ବର୍ଷ ର ବିଦୁସ୍ମିତା ରଥ ବିଭିନ୍ନ ସନ୍ଦର୍ଭ ରେ ପତ୍ରିକା ପଠନ କରିଥିଲେ। ଡ.ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମ୍ପ୍ରତିର ସ୍ୱାସ୍ଥ୍ୟ ବିପଦ ବିଷୟରେ ସଚେତନତା ଅତ୍ୟନ୍ତ ଆବଶ୍ୟକ ଏବଂ ଏହା ପାଇଁ ଛାତ୍ରଛାତ୍ରୀ ଓ

ଅଧ୍ୟାପକମାନଙ୍କର ସକ୍ରିୟ ଭୂମିକା ଦରକାର। ସେ କହିଥିଲେ ଯେ, ସଠିକ୍ ଜୀବନ ଶୈଳୀ, ସମୟୋପଯୁକ୍ତ ଚିକିତ୍ସା ଓ ସଚେତନ ଅଭିଗମ ଦ୍ୱାରା ଏହି ବିପଦଗୁଡିକୁ କମାଇ ପାରିବା। ସେ ଆହୁରି ଆତ୍ମିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜୋର ଦେଇ, ମନୋଶାନ୍ତି ଓ ସକାରାତ୍ମକ ଚିନ୍ତାଧାରା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ।ଶ୍ରୀ ଦାସ ତାଙ୍କ ଅଭିଭାଷଣ ରେ ବିଭାଗ ର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଏଭଳି ଉତ୍କୃଷ୍ଟ ଧରଣର ପାଠଚକ୍ର ଅନୁଷ୍ଠିତ କରି ଥିବାରୁ ପ୍ରସଂଶିତ କରିଥିଲେ। ପରିଶେଷ ରେ ଅଧ୍ୟାପିକା ଶ୍ରୀମତୀ ବୁଜ୍ଜି ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଚିନ୍ମୟୀ ନାୟକ, ବର୍ଷା ପଟ୍ଟନାୟକ, ପୂଜା ନାହାକ, ରାକେଶ ପ୍ରଧାନ, ରୁଦ୍ର ସ୍ୱାଇଁ, ମହେଶ କୁମାର ପାଣିଗ୍ରାହୀ, ଯଜ୍ଞ ପ୍ରସାଦ ପାଣିଗ୍ରାହୀ, କାହ୍ନୁ ମହାଙ୍କୁଡ ଏବଂ ଅଂଶୁମାନ ପ୍ରଧାନ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରାଣୀ ବିଜ୍ଞାନ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟ ରେ ବିଭାଗ ତରଫ ରୁ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

