କବିସୂର୍ଯ୍ୟନଗର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ଅଗ୍ରଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଉପେନ୍ଦ୍ର ଭଞ୍ଜ ପବ୍ଲିକ ସ୍କୁଲ ରବିବାର ପାଳନ କରିଛି ୪ର୍ଥ ତମ ବାର୍ଷିକ ଉତ୍ସବ। ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇଥିବା ବେଳେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ବାର୍ଷିକ ଉତ୍ସବ। ମୁଖ୍ୟ ଅତିଥି ଭାବେ ରାଜ୍ଯ ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନ ଏଚ୍ ଓ ଡି ଅଭୟ କୁମାର ପରିଛା ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ନିଜର ଉଦବୋଧନ ଜରିଆରେ ମତପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ସମାଜସେବୀ ଶମ୍ଭୁ ଲିଗଂମ୍ ଆଚାରୀ, କବିସୂର୍ଯ୍ୟନଗର ଏନ୍ ଏ ସି ଅଧ୍ଯକ୍ଷା ଏସ୍ ଲଷ୍ମୀ, ଉପାଧ୍ୟକ୍ଷା ବିକ୍ରାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉସ୍ଛାହିତ କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ବିଦେଶୀ ଖଟେଇକଂ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ମାନେ ଯୋଗ ଦେଇ ବିଦ୍ୟାଳୟର ଉତ୍ତୋରାତ୍ତର ଉନ୍ନତି କାମନା କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ ।ଅପରପକ୍ଷେ ସଂଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
