You are currently viewing ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ।

ଖଲ୍ଲିକୋଟ,୧୧/୧୨ ,ଆଜି ସ୍ଥାନୀୟ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ 5T ଶ୍ରେଣୀ ଗୃହରେ ସଂବୃଦ୍ଧ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ତିନି ଦିନ ଧରି ହେବାକୁ ଥିବା ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ୫ଟି ଯୁକ୍ତ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ରେ ଆଜି ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିର ରେ ୫୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଖଲ୍ଲିକୋଟର ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଏହି ଶିବିର ରେ ୪ ଜଣ ପ୍ରଶିକ୍ଷକ ତଥା ଶ୍ରୀ ବଳରାମ ଜାଲୀ, ବିଶ୍ଵନାଥ ବେହେରା, ଗଣେଷ ଚନ୍ଦ୍ର ବେହେରା ଓ ଶ୍ରୀ ପ୍ରକାଶ ସେଠୀ ଉପସ୍ଥିତ ରହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ଗ୍ରହଣ ର ମାନ ନିର୍ଦ୍ଧାରଣ କରି ସେମାନଙ୍କୁ କିପରି ଅଧିକ ରୁ ଅଧିକ ଶୃଙ୍ଖଳିତ ଶିକ୍ଷଣ ପ୍ରକ୍ରିୟା ରେ ନିଯୋଗ କରି ସେମାନଙ୍କୁ ମେଧାବୀ ଛାତ୍ର ଛାତ୍ରୀ ଭାବରେ କିପରି ପରିଗଣିତ କରିହୋଇପାରିବ ସେ ବିଷୟରେ ଆଲୋକ ପାତ କରିଥଲେ। ପ୍ରକାଶ ଥାଉକି ଏହି ଶିକ୍ଷକ ପ୍ରଶିକ୍ଷଣ ଶିବିର ସମାନ୍ତରାଳ ଭାବରେ କେଶପୁର ଉଦୟ ନାଥ ବିଦ୍ୟାପୀଠ, ଖଲ୍ଲିକୋଟ କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟ, କଂହେଇ ପୁର ରାମଚନ୍ଦ୍ର ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ଓ ଚିକିଲୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି।

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )