You are currently viewing ଓଡ଼ିଶାରେ ଟ୍ରପର କରିଥିବା ଛାତ୍ରଙ୍କୁ ପୁରସ୍କାର
Oplus_131072
ଓଡ଼ିଶାରେ ଟ୍ରପର କରିଥିବା ଛାତ୍ରଙ୍କୁ ପୁରସ୍କାର

ରାଜଗାଙ୍ଗପୁର :- ରାଜଗାଙ୍ଗପୁର ପୌରାଞ୍ଚଳରେ ଥିବା ନିର୍ମଳା ଇଂରାଜୀ ବିଦ୍ୟାଳୟରେ ଟ୍ରପର କରିଥିବା ଛାତ୍ରଙ୍କୁ ସମନ୍ୱିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ନିର୍ମଲା ଇଂରାଜୀ ବିଦ୍ୟାଳୟ ର ପ୍ରଚାର୍ଯ ସିସ୍ଟର ବେର୍ନାଦତ୍ତ ଙ୍କ ନେତୃତ୍ଵରେ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ କମଲ ଅଗ୍ରୱାଲ ଓ ଅନିତା ଅଗ୍ରୱାଲ ଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ଵାଗତ କ୍ରାଯାଇଥିଲା ସର୍ବପ୍ରଥମେ ଦୀପ ଉଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କ୍ରାଯାଇଥିଲା l ପ୍ରଥମ ଶ୍ରେଣୀରୁ ନେଇ ଯୁକ୍ତ +୨ ପ୍ରଯ୍ୟନ୍ତ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟରୁ ରିସବ ଅଗ୍ରୱାଲ ନାମକ ଛାତ୍ର ଜଣକ ବର୍ଷ 2023-24 ମସିହାରେ ISC ବିଜ୍ଞାନରେ 98.75 ନମ୍ବର ରଖିଥିବାରୁ ଓଡିଶାରେ ଟ୍ରପର କରିଥିବାରୁ ନିର୍ମଳା ଇଂରାଜୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି l

Oplus_131072

ସବୁଠାରୁ ବଡ କଥା ହେଲା ରିସବ ଅଗ୍ରୱାଲ ବହୁତ କଷ୍ଟ କରି ପାଠ ପଢିଥିବାରୁ ଆଜି ବାପା ମାଙ୍କ ସୁନାମ ଅର୍ଜନ କରି ରାଜଗାଙ୍ଗପୁର ସହରରେ ଗୌରାବିନ୍ତ କରିଛି l ନିର୍ମଳା ଇଂରାଜୀ ସ୍କୁଲର କୁନି କୁନି ଛୋଟ ଛୋଟ ପିଲାମାନେ ନୃତ୍ୟ, ନାଚ ଗୀତ ଗାଇଵାର ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମନମୁଗ୍ଧ ହୋଇପଡିଥିଲା ସମସ୍ତେ ଉପସ୍ଥିତ ଅତିଥିବୃନ୍ଦ ର ଜୋରଦାର ତାଳି ରୁ ସଭାଗୃହ କମ୍ପି ଉଠୁଥିଲା l ଏହି କାର୍ଯ୍ୟକ୍ରମଟି କେ॰ ଦିଲ୍ଲୀପ ପରିଚାଳନା କରିଥିବାରୁ ସ୍କୁଲର ସମସ୍ତେ ସହଯୋଗ କରିଥିଲେ l ଶେଷରେ ରାଜଗାଙ୍ଗପୁର ସହରର ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଛ ଓ ଉପଦୌଡନ ଦେଇ ମଞ୍ଚ ଉପରେ ଡାକି ସମନ୍ୱିତ କରିଥିଲେ l.


ଉକ୍ତ ସମାରୋହ ରେ ବିଦ୍ୟାଳୟ ର ସିସ୍ଟର ଚାର୍ଲିସ, ଶିକ୍ଷକ ଅନୁପମ ବାରୁଆ, ଶୈଲେଶ, ମାୟନନ୍ଦ, ଅରଷଦ, ଶ୍ୟାମ ପଟ୍ଟନାୟକ, ପ୍ରଧାନ ସାର, ଶିକ୍ଷିକା ଶ୍ଵେତା, ଉଷା, ଲୀନା, ଅଞ୍ଜୁ, ସହ ବିଦ୍ୟାଳଯ ର ସମସ୍ତ କର୍ମଚାରୀ ବୃନ୍ଦ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ, ସ୍କୁଲର ଭାଇସ୍ ପ୍ରିନ୍ସିପାଲ୍ ସିଷ୍ଟର ଚାର୍ଲ୍ସ କୃତଜ୍ଞତା ପ୍ରକାଶ କରିଥିଲେ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର, ଜିଲ୍ଲା- ସୁନ୍ଦରଗଡ଼