You are currently viewing ରାଜ୍ୟସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ
ରାଜ୍ୟସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ଯାଭାରତୀ ଯୋଜନା ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରର ଉଦଘାଟନୀ ଦିବସରେ ମାଧ୍ୟମିକ ଶିକ୍ଷା ବିକାଶ ସମିତି ତଥା ଓଡ଼ିଶା ଶିଶୁ ମନ୍ଦିର ସଭାପତି ଡ଼. କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସେ ସ୍ବାଧୀନତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ଶିକ୍ଷା ପଦ୍ଧତି ଓ ବର୍ତ୍ତମାନର ଆହ୍ବାନକୁ ସଫଳ ରୂପାୟନ ନିମନ୍ତେ ନୂତନ ଶିକ୍ଷାନୀତି – ୨୦୨୦ ର ଗୁରୁତ୍ୱାରୋପ ଉପରେ ପ୍ରତିକ୍ରିୟା ରଖି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଶିବିରର ବିଦ୍ୟାଳୟ ପରିସରରେ ଆଜିଠାରୁ ୧୦ ଦିନ ଧରି ଚାଲୁ ରହିବାକୁ ଥିବାବେଳେ ଉତ୍କଳ ପ୍ରାନ୍ତର ବିଭିନ୍ନ ଜିଲ୍ଲାରୁ ୧୧୦ ଜଣ ପ୍ରଶିକ୍ଷାର୍ଥୀ , ପ୍ରଶିକ୍ଷୀକ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଏଥିସହ ମାଧ୍ୟମିକ ଶିକ୍ଷା ବିଭାଗ ସଂଯୋଜକ ଆଶିଷ କୁମାର ରଥ , ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସଭାପତି ରାମଚନ୍ଦ୍ର ସାହୁ , ଉଚ୍ଚ ମାଧ୍ୟମିକ ବିଭାଗ ଶିକ୍ଷା ବିକାଶ ସମିତି ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶିବିରର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରିପୋର୍ଟ: କିରଣ କୁମାର ବେହେରା