You are currently viewing ବେଗୁନିଆପଡା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ<br>ଦାବୀ ପୂରଣ ନହେଲେ ୧୫ ତାରିଖରୁ ସାମୁହିକ ଛୁଟିରେ ଯିବା ପାଇଁ ଚେତାବନୀ।
ବେଗୁନିଆପଡା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ
ଦାବୀ ପୂରଣ ନହେଲେ ୧୫ ତାରିଖରୁ ସାମୁହିକ ଛୁଟିରେ ଯିବା ପାଇଁ ଚେତାବନୀ।

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ର ଏନ ପି ଏସ ଶିକ୍ଷକ ସଙ୍ଘ ତରଫରୁ ଦାବିପତ୍ର ଏ ବି ଇ ଓ ଜୟଦେବ ଜେନାଙ୍କୁ ପ୍ରଦାନ କରାଯାଇଛି ! ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଛେଦ ସହ ଠିକା ଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା, ନିୟମିତ ହୋଇଥିବା ଶିକ୍ଷକଙ୍କ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀ ସହ ମିଶାଇ ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା,ଅବିକଳ ଭାବେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଓ ନୂତନ ପେନସନ କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରିବା ଆଦି ଦାବୀରେ ରାଜ୍ୟ ମିଳିତ ସଂଘର ଆହ୍ୱାନରେ ଆଜି ବେଗୁନିଆପଡା ବ୍ଲକ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, 5T ସଚିବ, ଶିକ୍ଷା ସଚିବ, ଶିକ୍ଷା ନିର୍ଦେଶକ ଙ୍କ ଉଧେଶ୍ୟ ରେ ଏ ବି ଇ ଓ ଙ୍କୁ ପ୍ରଦାନ କରାଯାଇଛି । ବ୍ଲକ ସଭାପତି ଅନୀଲ କୁମାର ବିଶ୍ବାଳ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକର ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ପଙ୍କଜ କୁମାର ବେହେରା,ସଂଘର ସମ୍ପାଦକ ସଞ୍ଜୟ କୁମାର ପାଣ୍ଡି , ସଂଗଠନ ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଅଜିତ କୁମାର ମିଶ୍ର, ମିଡିଆ କୋଡ଼ିନେଟର ରବୀନ୍ଦ୍ର ମହାରଣା, ରାଜେନ୍ଦ୍ର ସେଠୀ ,କୋଷଧକ୍ଷ ପି କୃଷ୍ଣ ଚନ୍ଦ୍ର ଦୋରା,ନାରାୟଣ ଜେନା ପ୍ରମୁଖ ଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଓ ସମସ୍ତ ଶିକ୍ଷକ ,କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।