ବୁଗୁଡା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧିନସ୍ତ ଗୋଲିଆ ଗ୍ରାମସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୭୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସର୍ବୋଚ ପାସ ହାର ୯୨.୨୭% ରହିଛି ଏବଂ ଛାତ୍ରୀ ଶ୍ରଦ୍ଧାସୁମନ ଦୋରା ୪୫୭(୯୧.୪%) ନମ୍ବର ରଖି ବିଦ୍ୟାଳୟ ଟପ୍ପର ରୂପେ ବିବେଚିତ ହୋଇପାରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରସାଦ ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରଦ୍ଧାସୁମନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏପରିକି ଶ୍ରଧ୍ଯାସୁମନ କହିଛନ୍ତି କୀ ଜଦିଓ ଶରକାରି କିଛି ସହାୟତା ମିଳନ୍ତା ସେ ଆଗାମି ଦିନରେ ଆହୁରି ଅଧିକ ପାଠ ପଢି ସର୍ବ ସ୍ତରରେ ଟପ୍ପର ହେବାର ଆସା ରଖିଛନ୍ତି ! ଏମିତିକି ସେ ଜଣେ ଭବିଷ୍ଯତରେ ବୈଞ୍କାନିକ ହେବାର ଆସା ରଖିଥିବା ଶ୍ରଧ୍ଯା କହିଛନ୍ତି !
