ବ୍ରହ୍ମପୁର -ବ୍ରହ୍ମପୁର ନିକଟସ୍ଥ ବାଲିପଡ଼ା ଆଦର୍ଶ ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି। କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ମାନଙ୍କୁ ଭଲ ପଢିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପ୍ରତ୍ୟେକ ଅଭିଭାବକ ନିଜ ନିଜ ଶିଶୁ ମାନଙ୍କର ପାଠ ପଢ଼ାର ତଦାରଖ କରିବା ସହ ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ।

ଏହି ବିଦ୍ୟାଳୟ ର ରୂପରେଖ ଅତ୍ୟନ୍ତ ଉଚ୍ଚକୋଟୀର ରହିଛି ତେଣୁ ଶିଶୁ ମାନଙ୍କର ବୌଦ୍ଧିକ, ମାନସିକ ଓ ଗୁଣାତ୍ମକ ଶିକ୍ଷା ର ପରିପୃଷ୍ଟ ହୋଇପାରିବ ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଆସିଷ୍ଟାଣ୍ଟ ପ୍ରଫେସର କାଳି ପଟ୍ଟନାୟକ କହିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଜର୍ଣ୍ଣାଲିଜମ ଏଣ୍ଡ ମାସ କମ୍ୟୁନିକେସନ ଡିପାର୍ଟମେଣ୍ଟ ହେଡ ଡ଼ଃ ବନ୍ଦିତା ପଣ୍ଡା, ଡ଼ଃ ନେହା ପାଣ୍ଡେ, ଡ଼ଃ ବୋହିଦାର ଏବଂ.

ଅବସରପ୍ରାପ୍ତ ଜାତୀୟ ପୁରସ୍କାର ପ୍ରାପ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ବିମଲ ପ୍ରସାଦ ପଟ୍ଟନାୟକ ବାର୍ଷିକ ଉତ୍ସବ ପାଳନ ର ଉଦ୍ଦେଶ୍ୟ ଜ୍ଞାପନକରିବା ସହ ବିଦ୍ୟାଳୟ ଗୋଟେ ମଣିଷ ତିଆରି କାରଖାନା ଏବଂ ଏହିଥିରୁ ହିଁ ଭଲ ମଣିଷ ଗଢ଼ା ହୋଇଥାଏ ବୋଲି କହିଥିଲେ। ବିଦ୍ୟାଳୟ ର ଅଦ୍ଧକ୍ଷା ତଥା ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ବାର୍ଷିକ ବିବରଣୀ ପଠନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେବିଦ୍ୟାଳୟ ରେ ବର୍ଷ ତମାମ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ଏବଂ ସିଲ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସଭାପତି ସୁମନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।



