You are currently viewing ଗଜପତି ଜିଲ୍ଲାରେ ସ୍ୱାମୀ କରିଛନ୍ତି ହେରାଫେରି<br>ସ୍ତ୍ରୀ କରୁଛନ୍ତି ITDA ଚାକିରୀ
ଗଜପତି ଜିଲ୍ଲାରେ ସ୍ୱାମୀ କରିଛନ୍ତି ହେରାଫେରି
ସ୍ତ୍ରୀ କରୁଛନ୍ତି ITDA ଚାକିରୀ

ଗଜପତି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଅଞ୍ଚଳ ତେଣୁ ସେହି ଅଞ୍ଚଳରେ ବସବାସ କରୁଥିବା ସରଳ ନିରୀହ ଜନସାଧାରଣଙ୍କର ସରଳତାର ଫାଇଦା ଉଠାଉଛନ୍ତି କେତେକ ଆଇଟିଡିଏ ରେ କାର୍ଯ୍ୟରତ ଥିବା ନିର୍ଦ୍ଧିଷ୍ଟ କାର୍ଯ୍ୟ କର୍ତ୍ତା ।
ଆପଣ କମ ପାଠ ପଢ଼ିଛନ୍ତି ? ତାହେଲେ ଆପଣ ବି ଜଣେ ସରକାରୀ କର୍ମଚାରୀ ହୋଇପାରିବ ! ପାରଳାଖେମୁଣ୍ଡି ITDA ଅଫିସରେ ଏପରି କାର୍ଯ୍ୟ ଦେଖିବାକୁ ମିଳୁଛି !
ଗଜପତି ଜିଲ୍ଲା ଏକ ପଛୁଆ ବର୍ଗ ଜିଲ୍ଲା କିନ୍ତୁ ଏହି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି ! ଜଣେ ଦଶମ ଶ୍ରେଣୀ ଅତିକ୍ରମ କରିନି କିନ୍ତୁ ସେ ITDA ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆର ଉଦୟଗିରି ବ୍ଲକ ଏବଂ ନୂଆଗଡ଼ ବ୍ଲକରେ ମନରେଗା କାର୍ଯ୍ୟ ନିର୍ଦ୍ଦିଷ୍ଟ ଲୋକଙ୍କୁ କାମ ଦେଇ କାମ ହୋଉ କି ନ ହଉ ମାସକୁ ମାସ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି କାମ ଦେଇଥିବା ଲୋକଙ୍କ ଠାରୁ ।

ସୂଚନା ପ୍ରକାରେ ସନ୍ତୋଷ ରାଉଳ ଯିଏ କି ଜଣେ ଦଶମ ପାସ ହେଇନଥିବା ହେତୁ ସେ ଚଂଚକତା କରି ଜାଲ ଶିକ୍ଷାଗତ ଯୋଗ୍ୟତା ସାହାଯ୍ୟରେ ଗଜପତି ଜିଲାରେ 2020 ଠାରୁ 2022 ପର୍ଯ୍ୟନ୍ତ କାର୍ଯ୍ୟ କରି କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଯାହାର ସାଙ୍ଘାତିକ ପ୍ରମାଣ ଲାଗିଛି ଆମ ହାତରେ ! ବାରମ୍ବାର ITDA ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ! ଏଥିରୁ ସ୍ୱଷ୍ଟ ଭାବେ ପ୍ରମାଣିତ ହେଉଛି ଯେ ଗଜପତି ଜିଲ୍ଲା ଗୋଟିଏ କିନ୍ତୁ ପ୍ରତ୍ୟେକ ମାସରେ ITDA କାର୍ଯ୍ୟାଳୟ ରୋଜଗାର କରୁଛନ୍ତି ମାସକୁ ହଜାର ହଜାର ଟଙ୍କା, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ଯୋଜନା କୁ ବାଟମାରଣା କରି ହରିଲୁଟ କରି ଚାଲିଛନ୍ତି ITDA କର୍ତ୍ତୃପକ୍ଷ। ITDA ପାରଳାଖେମୁଣ୍ଡି ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଗଣାରେ ଦିଆଯାଇଥାଏ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ମିଶନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଯଥା ମାଛଚାଷ , କୁକୁଡ଼ା ପାଳନ , ଧାନ ମେସିନ, ମକାମଞ୍ଜି ଛଡ଼ା ମେସିନ, ଇତ୍ୟାଦି ମାଗଣାରେ ପ୍ରଦାନ କରାଯାଇଥାଏ। କିନ୍ତୁ ଦୁଃଖର ବିଷୟ ଯେ ଗଜପତି ଜିଲ୍ଲାରେ ସ୍ଥାନୀୟ ଆଦିବାସୀ ଭାଈ ଓ ଭଉଣୀ ମାନେ ଏହି ସୁବିଧା ବିଶେଷ କରି (ଆର, ଉଦୟଗିରି ଏବଂ ନୂଆଗଡ଼ ବ୍ଲକ) ରେ ସଠିକ ଭାବରେ ପାଳନ ହୋଇପାରିନି। ଏଥିରୁ ଯାହା ଜଣାପଡିଛି ଯେ ଖଜୁରୀ ଗଛ ର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ। ITDA ପାରଳାଖେମୁଣ୍ଡି ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ଗୌତମ ସ୍ବାଇଁ ଦାଇତ୍ଵ ରେ ଥିବା OTDS କର୍ମଚାରୀ ଏବଂ ସେଣ୍ଟର ଫୋର୍ କମ୍ୟୁନିଟି ଡେଭଲମେଣ୍ଟ(CCD) NGO ର ପ୍ରତ୍ୟେକ ବ୍ଲକ ରେ ITDA ପାରଳାଖେମୁଣ୍ଡି ତରଫରୁ ନିଯୁକ୍ତି ହୋଇଥିବା ଶ୍ରୀମାନ ସନ୍ତୋଷ ରାଉଳ ଏବଂ କିଛି ଅସାଧୁ ପରିଚାଳକ ବା କ୍ଷେତ୍ର ପରିଚାଳକ ବା କ୍ଷେତ୍ର ବିଶାରଦ ମିଳିମିଶି ସଲା ସୁତରାରେ ପନିପରିବା, ବିହନ , ସାର, କୃଷି ଯନ୍ତ୍ରପାତି, ଓ ଔଷଧ ସିଞ୍ଚନ ମେସିନ ଇତ୍ୟାଦି ବିକ୍ରି କରି ଅସାଧୁ ଉପାୟରେ ଧନ ଉପାର୍ଜନ କରି ଭୋଗ ବିଳାସରେ ରହୁଛନ୍ତି। ଏହାକୁ ଆପତ୍ତି କଲେ ନାନା ପ୍ରକାର ଅପ୍ରତିକାର ପରିସ୍ଥିତି ସୃଷ୍ଟି ହେଉଛି। MGNREGA କାମ ମାଧ୍ୟମରେ ଗରିବ ଆଦିବାସୀଙ୍କ ପାଇଁ ଜମି ମରାମତି, ଜଙ୍ଗଲ ଜମି ମରାମତି , ପଥର ଯୋଡ଼ି ୱାଲ, (SCT)କାମ ପୋଖରୀ ଖନନ , କାଜୁ , ଆମ୍ବ , ରବର ଚାଷ ପାଇଁ ଯେଉଁ ମଜୁରୀ ଜବ କାର୍ଡ ଦ୍ୱାରା ପ୍ରଦାନ ହୋଇଥାଏ। ସେଥୁରୁ ୩୦/ ଭାଗ ପ୍ରତିଶତ MGNREGA ଟେକନିକାଲ କଂସଲଟେଣ୍ଟ ଏବଂ ସେଣ୍ଟର ଫୋର୍ କମ୍ୟୁନିଟି ଡେଭଲମେଣ୍ଟ(CCD) NGO ର କିଛି ଅସାଧୁ କର୍ମଚାରୀ ଜବରଦସ୍ତ ପିସି ଆଦାୟ କରୁଛନ୍ତି ! ଆର, ଉଦୟଗିରି ଏବଂ ନୂଆଗଡ଼ ବ୍ଲକ MGNREGA ରେ ଅସାଧୁ ଜାଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ସନ୍ତୋଷ ରାଉଳ ବର୍ତ୍ତମାନ ନିଜ ସରକାରୀ କାର୍ଯ୍ୟ ରୁ ନିଜେ ଇସ୍ତଫା ଦେଇ ବାହାରି ଯାଇଛନ୍ତି ! ବର୍ତ୍ତମାନ ତାଙ୍କ ଧର୍ମ ପତ୍ନୀ ଜୁଲିନା ପାତ୍ରଙ୍କୁ ହିଁ ସ୍ବାମୀ ଶନ୍ତଷ ରାଉଳଙ୍କ କାର୍ଯ୍ୟ ଦାୟିପ୍ତ ଗଜପତି ଜିଲ୍ଲାର ITDA କତୃପକ୍ଷ ପ୍ରଦାନ କରନ୍ତି। କେବଳ ଆଗକୁ ଦେଖିବାକୁ ବାକି ରହିଲା କେବେ ସ୍ଥାନୀୟ ସରକାର ଏ ବିଷୟରେ ତଦନ୍ତ କରି ଗଜପତି ଜିଲ୍ଲା ବାସୀଙ୍କୁ ନ୍ୟାୟ ଦେବେ ?