ସାନଖେମୁଣ୍ଡି, ୧୭/୧୨/୨୨ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବାବୁଲା ଡାକୁଆଙ୍କ ବଦଳିକୁ ନେଇ ଫାଟକ ସମ୍ମୁଖରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା ଦେଖିବାକୁ ମିଳିଥିଲା । ଦୀର୍ଘ ୨୫ ବର୍ଷ ଧରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁଲା ଡାକୁଆ ପଳାସପୁର ବିଦ୍ୟାଳୟରେ କାର୍ଯ୍ୟକରି ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହୃଦୟରେ ବସାବାନ୍ଧିଛନ୍ତି ।
କିନ୍ତୁ ଗତ ଦୁଇଦିନ ତଳେ ଡାକୁଆ ସାରଙ୍କ ପ୍ରମୋସନ ସହିତ ବଦଳି ହୋଇଯାଇଛି l କିନ୍ତୁ ଡାକୁଆ ସାରଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିନଥିଲେ ସ୍କୁଲର ଛାତ୍ରଛାତ୍ରୀ l ବାବୁଲା ସାରଙ୍କ ବଦଳି ବାତିଲ ସହ ତାଙ୍କୁ ପୁନର୍ବାର ବିଦ୍ୟାଳୟ ଦାଇତ୍ୱ ଦେବାକୁ ଦାବି କରି ଛାତ୍ରଛାତ୍ରୀମାନେ ଆଜି ସକାଳୁ ସ୍କୁଲ ଗେଟରେ ତାଲାପକାଇ ଦେଇଥିଲେ । ପରେ ଏବିଓ ସିମାଞ୍ଚଳ ରଥ ଓ ଶୁକଦେବ ମଲ୍ଲିକ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଗେଟ ଖୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିଙ୍କୁ ନେଇ ଏକ ସଭା ପ୍ରସ୍ତୁତି କରି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ପରେ ପିଲାମାନେ ଭାବବିହୁରିତ ହୋଇ ପ୍ରଧାନ ଶିକ୍ଷକ ବାବୁଲା ସାରଙ୍କୁ ବିଦାୟ ଦେଇଥିଲେ l

