ବେଗୁନିଆପଡା ବ୍ଲକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଆୟୁଷ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି | ପ୍ରକାଶ ଥାଉକି ଏହି ଆୟୁଷ ଡାକ୍ତରମାନେ 2013 ମସିହା ଠାରୁ ଅତି ନିମ୍ନମାନର ଦରମାରେ ଚାକିରୀ କରିଆସୁଛନ୍ତି | ସେମାନେ ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇଦେବାରେ ସହାୟ ହୁଅନ୍ତି, ଯଥା ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ହୃଦରୋଗୀ, ଜନ୍ମାତ ଅନ୍ଧ, ଅନେକ ଶିଶୁରୋଗ ଆଦିର ସଫଳ ଚିକିତ୍ସା କରେଇଛନ୍ତି | କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏପରି ତୃଣମୂଳ ଭାବରେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା କ୍ଷେତ୍ରରେ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ମୁଖ୍ୟ ଭୂମିକା ଲିଭେଇଆସୁଛନ୍ତି ତତ୍ ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି! ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା କୋୖଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି | ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାରେ ମଧ୍ୟ୍ୟ ସେମାନଙ୍କର କାର୍ଯ୍ୟ ଅତି ଉଚ୍ଚକୋଟିର ଥିଲା | କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏହି ଆର ବି ଏସ କେ ଆୟୁଷ ଡାକ୍ତରମାନଙ୍କର ନା ମିଳୁଛି ଅଧିକ ଦରମା ନା ଅଛି ଚାକିରୀରେ ସ୍ଥାୟିତ୍ୱ | ତେଣୁ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଡାକରାରେ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ କଳା ବ୍ୟାଚ ପିନ୍ଧି ଶାନ୍ତି ପୁର୍ଣ ଭାବରେ କାର୍ଯ୍ୟ କରିଆସୁଛନ୍ତି, ଏହା ଫେଂବୃଆରୀ 19 ତାରିଖ ପର୍ଯ୍ୟନ୍ତ ଚାଲିବ ଓ ସରକାର ଯଦି କିଛି ନା ଶୁଣନ୍ତି ତାହେଲେ ତୀବ୍ରରୂପ ନେଇ 20 ତାରିଖରେ ଜୋରଦାର ଆନ୍ଦୋଳନ ଭୁବନେଶ୍ୱର ର ଲୋଏର ପି ଏମ ଜି ରେ ହେବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି |
