ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମଙ୍ଗଳବାର ଦିନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବୈଷୟିକ ଶିକ୍ଷା ପରାମର୍ଶ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ 305 ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ସେଥିମଧ୍ୟରୁ 255 ଜଣ ତାଲିମ ପାଇଁ ଚୟନ ହୋଇଛନ୍ତି ! ଇଲେକ୍ଟ୍ରି, ଫିଟର, ଟେଇଲରିଙ୍ଗ, ମେକାନିକ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ ! ଆଜି ଆଇ ଟି ଆଇ ବ୍ରହ୍ମପୁର, ଆଇ ଟି ଆଇ ପୁରୁଷୋତ୍ତମପୁର ପ୍ଲେ ଟୀଚିଂ, ଏମ୍ପଳାମେଣ୍ଟ ଅଫିସ, ବ୍ଲକ ପେଣ୍ଟର ଆଦି ଅନୁଷ୍ଠାନ ଚୟନ ରେ ଭାଗ ନେଇ ଥିଲେ! ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ, ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟଧନ ଗୌଡ଼ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବ୍ଲକ ପ୍ରୋଜେକ୍ଟ ମେନେଜର ଜ୍ଞାନ ରଞ୍ଜନ ରାଉତ, ବି ପି ସି ଦିଲ୍ଲୀପ କୁମାର ବେହେରା, ବି ଏଲ ସି ଦେବରାଜ ବେହେରା ପରିଚାଳନା କରିଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
